ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳ ପଖୋରୀ ନିକଟରେ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୯.୩୦ମିନିଟ ସମୟରେ ସେଠାରେ ସ୍ଥାପିତ ହୋଇଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ କମିଟିର ସଭାପତି ବିନୋଦ ଚନ୍ଦ୍ର ଜେନା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏଥିରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥିଭାବେ ଯୋଗଦେଇ ୧୮୯୩ ମସିହା ସେପ୍ଟେମ୍ବର ୧୧ରେ ଚିକାଗୋସ୍ଥିତ ଆର୍ଟ ଇନ୍‌ଷ୍ଟିଟ୍ୟୁଟ ଗୃହରେ ଅନୁଷ୍ଠିତ ବିଶ୍ୱ ଧର୍ମ ମହାସଭା ଅଧିବେଶନରେ ସ୍ୱାମୀ ବିବେକାନନ୍ଦଙ୍କ ମର୍ମ ସ୍ପର୍ଷି ଭାଷଣ ସେଠାରେ ଉପସ୍ଥିତ ସମସ୍ତଙ୍କ ମନକୁ କିଭଳି ଆନ୍ଦୋଳିତ କରିଥିଲା ସେ ବିଷୟରେ କହିଥିଲେ । ଅନ୍ୟପକ୍ଷରେ ଛାତ୍ର ଓ ଯୁବ ସମାଜହିଁ ଦେଶର ଭବିଷ୍ୟତ କିନ୍ତୁ ଯୁବ ସମାଜର ପଥଭ୍ରଷ୍ଟ ଯୋଗୁଁ ସମାଜରେ ମୂଲ୍ୟବୋଧ ଚିନ୍ତାଧାରାର ଅବକ୍ଷୟ ଘଟିବାରେ ଲାଗିଛି । ତେଣୁ ପଥଭ୍ରଷ୍ଟ ସମାଜକୁ ସଠିକ ମାର୍ଗରେ ପରିଚାଳିତ କରିବାପାଇଁ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ଆଦର୍ଶକୁ ପାଥେୟ କରିବା ଆବଶ୍ୟକ । ଯୁବ ସମାଜ ପାଇଁ ସ୍ୱାମୀଜୀହିଁ ଆଶାର ଆଲୋକ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଓ ଯୁବ ସମାଜ ମଧ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଆଦର୍ଶର ଆବଶ୍ୟକତା ବିଷୟରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ରାଓଙ୍କ ସମେତ ମଞ୍ଚାସୀନ ଅତିଥିମାନେ ପୁରଷ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହନ୍ତ ମହାରାଜ ରାମାନନ୍ଦଦାସଜୀ, ସାହିତିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅନାଦି ଚରଣ ପାଣିଗ୍ରାହୀ, ହରିମୋହନ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇ ବିବେକାନନ୍ଦଙ୍କ ଜୀବନି ଉପରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ