ଓଲଟା ପିରାମିଡ୍ ସଦୃଶ ଲାଇବ୍ରେରୀ

ବିଶ୍ୱରେ ଏମିତି ଏକ ଲାଇବ୍ରେରୀ ଅଛି ଯାହା ଦେଖିବାକୁ ଓଲଟା ପିରାମିଡ୍ ସଦୃଶ । ବିଶ୍ୱାସ ହେଉ ନ ଥିଲେ ବି ସତ । ଜର୍ମାନୀର ଷ୍ଟଟ୍ଗାର୍ଟ ସିଟି ଲାଇବ୍ରେରୀ ଏପରି ଓଲଟା ମିରାମିଡ୍ ଆକାରରେ ତିଆରି କରାଯାଇଛି । ଏହା ୪୦ ମିଟର ଲମ୍ବ ଏବଂ ୯ ମହଲା ବିଶିଷ୍ଟ । ଏହି ଲାଇବ୍ରେରୀର ଚାରିକୋଣରେ ହଜାର ହଜାର ବହି ରଖାଯାଇଛି । ୟୁ ଇ ୟଙ୍ଗ୍ଙ୍କ ଦ୍ୱାରା ଏହାର ଡିଜାଇନ କରାଯାଇଛି । ଏହା ଖାଲି ଲାଇବ୍ରେରୀ ନୁହେଁ । ଏଥିରେ ପିଲାଙ୍କ ପାଇଁ ଲାଇବ୍ରେରୀ, ମ୍ୟୁଜିକ୍, କାଫେ, ଆର୍ଟ ଗ୍ୟାଲେରୀ ଏବଂ ଷ୍ଟଡି ରୁମ୍ ମଧ୍ୟ ରହିଛି । ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଏହି ଲାଇବ୍ରେରୀ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ । ୨୦୧୩ରେ ଏହାକୁ ରାଷ୍ଟ୍ରୀୟ ଲାଇବ୍ରେରୀ ସମ୍ମାନ ମିଳିସାରିଛି । ଏହାର କୋଠରୀଗୁଡ଼ିକ ଆକର୍ଷଣୀୟ । ଏକାସଙ୍ଗରେ ହଜାର ହଜାର ଲୋକ ବସି ଏଠାରେ ପଢ଼ି ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ