ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଓଡ଼ିଶା ବିଜୁଳି କର୍ମଚାରୀ ସଂଘ, ବ୍ରହ୍ମପୁର ପକ୍ଷରୁ ଦକ୍ଷିଣାଂଚଳ ଜୋନସ୍ତରୀୟ ଦୁଇ ଦିନିଆ ବୈଠକ ହିଂଜିଳିକାଟୁ ନିକଟସ୍ଥ ଶ୍ୟାମଳାଇ ମନ୍ଦିର ପରିସରରେ ରବିବାର ଉଦଯାପିତ ହୋଇଯାଇଛି । ସଂଘର ଉପସଭାପତି ସଂଜୟ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜିତ ସମ୍ମିଳନୀରେ ସଭାପତି ଭାବେ ପଂଚାନନ ଜେନା ଯୋଗଦେଇ ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଭାରତୀୟ ବିଦ୍ୟୁତ୍ ଶ୍ରମିକ ମହାସଂଘ ସହ ସମ୍ପାଦକ ତରୁଣକାନ୍ତି ଭରଦ୍ୱାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ କୌଳାସ ଚନ୍ଦ୍ର ଷଡ଼ଙ୍ଗି, ସାଧାରଣ ସମ୍ପାଦକ କାଳୁ ଚରଣ ସାହୁ, ସହ ସମ୍ପାଦକ ଏଲ. ନିରଂଜନ ପାତ୍ର, ଜବାହାରଲାଲ ବିଷୋୟୀ, ରାକେଶ କୁମାର ସ୍ୱାଇଁ, କେ. ମୋହନ ରେଡ୍ଡି, ଗୌର ସାହୁ ପ୍ରମୁଖମଂଚାସିନ ଥିଲେ । କର୍ମଚାରୀ ମାନଙ୍କ ପ୍ରତି ରାଜ୍ୟ ସରକାର, ସାଉଥ-କୋ, ଓପିଟିସିଏଲର କ୍ରୀତଦାସ ପ୍ରଥା, ବିଦ୍ୟୁତ୍ ଶ୍ରମିକ ଶୋଷଣ ନୀତି ବିରୋଧରେ ମଂଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । କ଼ର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ଆଉଟସୋର୍ସ ଠିକା ପ୍ରଥା ବନ୍ଦ କରିବା, ପ୍ରତିମାସ ପହିଲାରେ ଦରମା ପ୍ରଦାନ, ସମସ୍ତ ଠିକା ଶ୍ରମିକଙ୍କୁ କେନ୍ଦ୍ରୀୟ ନିୟମ ୧୯୭୦ଓ ୧୯୭୧ର ୨୫(୫)କ ଅନୁଯାୟୀ ଦରମା ଓ ଅନ୍ୟାନ ସୁବିଧା ପ୍ରଦାନ, କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ଉତାରାଧିକାରୀଙ୍କୁ ଯୋଗ୍ୟତାନୁସାରେ ନିଯୁକ୍ତି ପ୍ରଦାନ ପାଇଁ ବୈଠକରେ ଦାବୀ ଉପସ୍ଥାପନା କରାଯାଇଥିଲା । ଏହା ସହ ଜାତୀୟ ନାଗରିକ ପଂଜିକରଣ, ନାଗରିକ ସଂଶୋଧନ ଆଇନ ଓ ବିଦ୍ୟୁତ୍ ଶିଳ୍ପରେ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆୟୋଜିତ ସମ୍ମିଳନୀରେ ୬ ଟି ସର୍କଲ ଓ ୧୮ଟି ସବ୍‌ଡ଼ିଭିଜନରୁ ୨ଶହରୁ ଉର୍ଦ୍ଧ୍ୱ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ