କଟକରେ ବଢ଼ାଗଲା ସଟ୍‌ଡାଉନ୍ ଅବଧି

କଟକ : କଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସେଠାରେ ବଢ଼ାଯାଇଛି ସଟ୍‌ଡାଉନ୍ ଅବଧି । କଟକରେ ଆଉ ଦୁଇ ଦିନ ବଢ଼ିଲା ସଟ୍‌ଡାଉନ୍ ସମୟ । କଟକ ମହାନଗର ନିଗମ ଅଧୀନ ଅଞ୍ଚଳରେ ୧୦ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍ ରହିବ ବୋଲି ସିଏମ୍‌ସି ପକ୍ଷରୁ ଟ୍ଵିଟ୍ କରି ଜଣାଇ ଦିଆଯାଇଛି । ପୂର୍ବରୁ ୮ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍ ଲାଗୁ କରାଯାଇଥିଲା । ଏବେ ୧୦ ତାରିଖ ମଧ୍ୟରାତ୍ରି ଯାଏ କଟକଣା ଲାଗୁ ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସିଏମ୍‌ସି କର୍ତ୍ତୃପକ୍ଷ ଜଣାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ