କଟକ ବାଲିଯାତ୍ରାରେ କନ୍ଧମାଳ ହଳଦୀର ଚାହିଦା ଅଧିକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ହଳଦୀର ଚାହିଦା ସାରା ବିଶ୍ୱରେ ରହିଛି। ଜୈବିକ ପଦ୍ଧତିରେ ଚାଷ ହୋଉଥିବା ଏହି ହଳଦୀ ବିଭିନ୍ନ ରୋଗକୁ ପ୍ରତିହତ କରୁଛି। ଫଳରେ ଏହା ଜି ଆଇ ଟ୍ୟାଗର ମାନ୍ୟତା ପାଇଥିବାରୁ ଏହାର ଚାହିଦା ଅଧିକା ରହିଥିବା କୁହାଯାଇଛି। ତେବେ ରାଜ୍ୟ ତଥା ରାଜ୍ୟ ବାହାରେ ଯେଉଁଠିବି ମେଳା ହୁଏ ସେଇଠି କନ୍ଧମାଳ ଜିଲା ପ୍ରସାଶନ ପକ୍ଷରୁ ହଳଦୀ ବିକ୍ରି ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ବରୋଜଗାରକ୍ଷମ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର ଶୁଭଲକ୍ଷ୍ମୀ ଫୁଡ ଏଣ୍ଡ ସ୍ପାଇସେସ ପକ୍ଷରୁ କଟକ ବାଲିଯାତ୍ରା ପଡିଆରେ କନ୍ଧମାଳ ହଳଦୀର ଚାହିଦା ଅଧିକା ରହିଥିଲା ବୋଲି ମହିଳା ଗୋଷ୍ଠୀର ଝରଣା ସାହୁ କହିଛନ୍ତି। ଗୁରୁବାର ବାଲିଯାତ୍ରାର ଶେଷ ଦିନ ଥିବାରୁ ସର୍ବାଧିକ ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି। ଏଥିସହ କନ୍ଧମାଳର ଅଦା, ମହୁ, ତେନ୍ତୁଳି, ମସଲା ଜାତୀୟ ସାମଗ୍ରୀ ସହ ସୋରିଷ, ଛତୁଆ, ମାଣ୍ଡିଆ ଚୁନା ଆଦିର ମଧ୍ୟ ଚାହିଦା ରହିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ