କଟକ ସହରରେ ୩ ନୂଆ ପଜିଟିଭ

ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । ଆଜି କଟକ ସହରରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ପେଡ କ୍ୱାରେଣ୍ଟାଇନ କେନ୍ଦ୍ରର ହୋଇଥିବାବେଳେ ଜଣେ ଲୋକାଲ କେସ ବୋଲି ଜଣାଯାଇଛି । କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟଜଣେ ମହିଳା ଅଟନ୍ତି । ଉଭୟଙ୍କ ଟ୍ରାଭେଲ ହିଷ୍ଟ୍ରି ମୁମ୍ବାଇ ରହିଥିବା ସୂଚନା ମିଳିଛି । ଲୋକାଲ କେସଟି କ୍ୟାଣ୍ଟନମେଣ୍ଟ ରୋଡର ୬୫ ବର୍ଷ ବୟସ୍କ ପୁରୁଷ ବୋଲି ଜଣାଯାଇଛି । ପ୍ରକାଶ ଯେ, ରବିବାର ରାଜ୍ୟରେ ଆଉ ୩୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରୁ ୨୭୨ ଚିହ୍ନଟ ହୋଇଥିବାବେଳେ ୩୨ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ରେ ପହଁଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ