କଟକ ହରିପୁରରେ ଅଗ୍ନିକାଣ୍ଡ
କଟକ, (ଦୀପକ୍ କୁମାର ବେଉରା):କଟକ ହରିପୁର ରୋଡ଼ର ରଞ୍ଜିତ କୁମାର ଜେନାଙ୍କ ଘରେ ସର୍ଟ ସର୍କିଟ ଯୋଗୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦୁଇଟି ଗାଡି ସମେତ ଅନେକ ଜିନିଷ ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ଘର ଲୋକେ ସୋଇଥିବା ବେଳେ ମିଟରରୁ ସର୍ଟ ସର୍କିଟ ହୋଇ ପ୍ରଥମେ ଗାଡ଼ିରେ ନିଆ ଲାଗିଯାଇଥିଲା ପରେ ଗାଡିଟିରେ ବିସ୍ପୋରଣ ହେବା ଫଳରେ ଘର ସମେତ ସବୁ ଜିନିଷ ପତ୍ର ନିଆଲାଗିଯାଇଥିଲା। ଜଳି ଯାଇଥିବା ଜିନିଷ ପତ୍ର ର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ।


