କଠୋର ପଦକ୍ଷେପ ନେଲା ପ୍ରଶାସନ ୭ ଦିନ ବଦଳରେ ୨୧ ଦିନ ରହିବେ ସଂଘରୋଧ କେନ୍ଦ୍ରରେ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତର ବିଂଝଗିରି ସରକାରୀ ସଂଘରୋଧ କେନ୍ଦ୍ରରେ ପ୍ରବାସୀ ଅନ୍ତେବାସୀ ମାନେ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ଗତ ସୋମବାର ଦିନ ଏକ ଭିଡିଓ ଜାରି କରି ଖାଇବାକୁ ଦିଆଯାଉନଥିବା ଏବଂ ବିଭିନ୍ନ ପ୍ରକାରର ସମସ୍ୟା ନେଇ ଅଭିଯୋଗ କରିଥିଲେ। ଏପରିକି ସଂଘରୋଧ କେନ୍ଦ୍ରର ସମସ୍ତ ନିୟମ ଉଲଂଘନ କରି ସାମାଜିକ ଦୂରତ୍ୱ ବଜାୟ ନ ରଖି ଭିଡିଓ ଭାଇରାଲ କରିଥିଲେ। ଫଳରେ ଏପରି କରିବା ମହଙ୍ଗା ପଡିଛି ରହୁଥିବା ଅନ୍ତେବାସୀଙ୍କ ପାଇଁ। ୭ ଦିନିଆ ସଂଘରୋଧ ଅବଧିକୁ ୨୧ ଦିନ ବଢ଼ାଇଛନ୍ତି ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀ। ଏ ସଂକ୍ରାନ୍ତରେ ବ୍ଳକ ପକ୍ଷରୁ ଚିଠି ନୂମ୍ବର ( ୧୨୧୯/୨୬-୫-୨୦)ରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନ୍ୟପକ୍ଷରେ ଏହି ନିର୍ଦେଶନାମା କୁ ନେଇ କିଛି ଅନ୍ତେବାସୀ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ