ପୌର ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ ଜଣାଇଲେ କ୍ଷୁଦ୍ର ପରିବା ବ୍ୟବସାୟୀ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): : ହିଞ୍ଜିଳିକାଟୁ ପୌରାଂଚଳ ସ୍ଥିତ ପରିବା ବଜାର ମଧ୍ୟରେ ଟ୍ରାଫିକ ସମସ୍ୟା ଦୁର କରିବା ଲାଗି ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପରିବା ବଜାର ରାସ୍ତା କଡ଼ରେ ବ୍ୟବସାୟ କରୁଥିବା କିଛି ଉଠା ଯୁଦ୍ର ପରିବା ବ୍ୟବସାୟୀଙ୍କୁ ବ୍ୟବସାୟ କରିବାକୁ ଉଛେଦ କରି ପରିବା ବଜାର ପଛଭାଗରେ ରହିଥିବା ଗଜଲକ୍ଷ୍ମୀ ପୂଜାମଣ୍ଡପ ପଡ଼ିଆରେ ଥାଇଥାନ କରାଯାଇଥିଲା । କିନ୍ତୁ ସେଠାରେ ସମସ୍ତ ଉଠା ଦୋକାନୀଙ୍କୁ ବ୍ୟବସାୟ କରିବାକୁ ଉପଯୁକ୍ତ ସ୍ଥାନ ଅଭାବରୁ କିଛି ବ୍ୟବସାୟୀ ବ୍ୟବସାୟ କରିନପାରି ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏଥି ସକାଶେ ହିଂଜିଳିକାଟୁ ପୌରାଂଚଳର ଆଙ୍କୋରଡ଼ା ଓ ହିଂଜିଳି ଗ୍ରାମର ୫୦ରୁ ଉଦ୍ଧ୍ୱର୍ କ୍ଷୁଦ୍ର ଚାଷୀ ସ୍ଥାନୀୟ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କୁ ସାକ୍ଷାତ କରି ନଜର ଦୁଃଖ ଜଣାଇବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ପ୍ରଥମେ ପରିବା ବଜାର ସ୍ଥିତ ଡ଼୍ରେନ ସମ୍ମୁଖ ଭାଗ ରାଦ୍ତା କଡ଼ରେ ବସି ପରିବା ବ୍ୟବସାୟ କରି ପରିବାର ଗୁଜୁରାଣ ମେଂଟାଉ ଥିଲେ । କିନ୍ତୁ ସେମାନଙ୍କୁ ସେଠାରୁ ଉଛେଦ ପରେ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପଡ଼ିଆରେ ବ୍ୟବସାୟ କରିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ସେଠାରେ ଅନ୍ୟ ବ୍ୟବସାୟୀ ମାନେ ସେମାନଙ୍କ ବ୍ୟବସାୟ ଚଲାଇଥିବାରୁ ରାସ୍ତା କଡ଼ରୁ ଉଛେଦ ହୋଇଥିବା କ୍ଷୁଦ୍ରଚାଷୀ ଓ ବ୍ୟବସାୟୀଙ୍କ ନିମନ୍ତେ ଉପଯୁକ୍ତ ସ୍ଥାନ ନଥିବାରୁ ଚାଷୀ ମାନେ ନିଜ ନିଜର ବ୍ୟବସାୟ କରିନପାରି ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ନିର୍ବାହୀ ଅଧିକାରୀ ସାହୁଙ୍କୁ ଜଣାଇଛନ୍ତି । ତେବେ ପରିବା ବଜାର ନିକଟରେ ଭେଣ୍ଡିଂଜୋନ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଗଜଲକ୍ଷ୍ମୀ ପୂଜାମଣ୍ଡପ ପଡ଼ିଆରେ ବ୍ୟବସାୟ କରିବାକୁ ନିର୍ବାହୀ ଅଧିକାରୀ ସାହୁ, କ୍ଷୁଦ୍ର ଚାଷୀ ମାନଙ୍କୁ ଅନୁରୋଧ କରିଛନ୍ତି । କିନ୍ତୁ କୌଣସି ପରିସ୍ଥିତିରେ ମଧ୍ୟ ରାସ୍ତା କଡ଼ରେ ବସି ବ୍ୟବସାୟ କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ନିର୍ବାହୀ ଅଧିକାରୀ ସାହୁ କହିଛନ୍ତି । ଚାଷୀ ସଭାପତି ଅରକ୍ଷିତ ବାଡ଼ତ୍ୟା, ସରୋଜ କୁମାର ପଣ୍ଡା, ତାରିଣି ଚରଣ ନାହାକ, ମିଥୁନ ନାହାକ, ଜଗନ୍ନାଥ ପରିଡ଼ା, ପିଂଟୁ ନାହାକଙ୍କସମେତ ୫୦ରୁ ଉଦ୍ଧ୍ୱର୍ କ୍ଷୁଦ୍ରଚାଷୀ ଓ ବ୍ୟବସାୟୀ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ