କଣ୍ଟାପିଢା ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ
ସୋରଡା, (ରଜନୀକାନ୍ତ ମିଶ୍ର):ଗଞ୍ଜାମ ଅଞ୍ଚଳ ର ପ୍ରସିଦ୍ଧ ସୋରଡାର ଆରାଧ୍ୟା ଶ୍ରୀ ଶ୍ରୀ ମା କନ୍ଧୁଣିଦେବୀ ଙ୍କ ପବିତ୍ର କଣ୍ଟାପିଢା ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ପରମ୍ପରା ପ୍ରକାରେ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣମୀ ରେ ଏହି ଶୁଭଖୁଣ୍ଟି ସ୍ଥାପନ ପରମ୍ପରା ସମ୍ପାଦନ କରାଯାଇଥାଏ। ପରେ ବହୁ ବର୍ଷ ହେଲା ଏହି ନୀତି ବନ୍ଦ ରହିଥିଲା। ଗତ କିଛି ବର୍ଷ ହେଲା ମା କନ୍ଧୁଣିଦେବୀ ସେବା ପରିଷଦ ଦ୍ଵାରା ମା ଙ୍କ ଏହି କଣ୍ଟାପିଢା ଯାତ୍ରା କୁ ଜାକଜକମ ରେ ପାଳନ କରାଯିବା ପରେ ଲିଭିଯାଇଥିବା ଏହି ପରମ୍ପରା କୁ ପୁନର୍ବାର ଆରମ୍ଭ କରାଯାଇଛି ଯାହା ଏ ଯାବତ ଚାଲିଛି। ପବିତ୍ର କଣ୍ଟାପିଢା ଯାତ୍ରା ଏହା ପ୍ରଥମ ପର୍ଯ୍ୟାୟ। ଶୁଭଖୁଣ୍ଟି ସ୍ଥାପନ ପରେ ଯାତ୍ରା ହେବା ପ୍ରାୟ ନିଶ୍ଚିତ ହେଇଥାଏ ଏବଂ ମା ଙ୍କ ପାଖରେ ଏହା ଏକ ସଂକଳ୍ପ ସଦୃଶ୍ୟ ଅଟେ ଯାହାକୁ ଦାଇତ୍ଵ ରେ ଥିବା ବ୍ୟକ୍ତି ମାନେ ସମ୍ପାଦନ କରନ୍ତି ଏବଂ ଯାତ୍ରା ଶେଷ ହେବା ଯାଏଁ ଯାତ୍ରା କୁ ସୁରୁଖୁରୁ ରେ ଆୟୋଜନ କରନ୍ତି ଶେଷ ଦିନ ମା କଣ୍ଟାଦୋଳି ରେ ବିଜେ ହେଲା ପରେ ଯାତ୍ରା ଉଦଜାପନ ହେଇଥାଏ ଏବଂ ସମସ୍ତେ ମା ଙ୍କ ଠାରୁ ଅନୁମତି ମାଗି ଆଶୀର୍ବାଦ ଭିକ୍ଷା କରି ଯାତ୍ରା ସମାପ୍ତ କରାଇଥାନ୍ତି । ଏହି ଶୁଭ ଖୁଣ୍ଟି ସ୍ଥାପନ ପରେ କଣ୍ଟାପିଢା ଯାତ୍ରା ର ରୀତି ନୀତି ଚଳିତ ବର୍ଷ ପାଳନ କରାଯିବ ନେଇ ଏକ ପ୍ରକାର ସୁନିଶ୍ଚିତ ଅଟେ। ତେବେ କୋବିଡ କଟକଣା କୁ ଦ୍ରୁଷ୍ଟି ରେ ରଖି ସମସ୍ତ ଆଡମ୍ବର ପୂର୍ଣ୍ଣ ଆୟୋଜନ ବନ୍ଦ ରଖାଯିବା ସହ କିଛି ସେବାୟତ ଙ୍କୁ ଧରି ଏହି ନୀତି ସମ୍ପାଦନ କରାଯାଇଛି। ଦୀର୍ଘ ୫ ମାସ ଧରି ମନ୍ଦିର ବନ୍ଦ ଥିବା ବେଳେ ଆଜି ଏହି ନୀତି ପାଇଁ ମନ୍ଦିର ଖୋଲାଯାଇଥିଲା। ପ୍ରାୟ ଏକ ଘଟିକା ସମୟରେ ଶୁଭଖୁଣ୍ଟି ମା ଙ୍କ ମନ୍ଦିର ସାମ୍ନା ରେ ପହଞ୍ଚିଥିଲା। ମନ୍ଦିର ସେବାୟତ ମାନେ ମା ଙ୍କ ଆଙ୍ଗ୍ନ୍ୟାମାଳ ଆଣିବା ପରେ ଶୁଭଖୁଣ୍ଟି କୁ ବନ୍ଦାପନା କରିଥିଲେ। ଏହି ନୀତି ସମ୍ପାଦନ ପରେ ଶୁଭ ଖୁଣ୍ଟି କୁ ମନ୍ଦିର ଭିତରକୁ ନିଆଯାଇ ସ୍ଥାପନ କରଯାଇଥିଲା। ପ୍ରତିବର୍ଷ ଯେଉଁଭଳି ଭାବେ ଜାକଜକମ ଓ ବାଦ୍ୟ ବାଜଣା ରେ ଏହି କାର୍ଜ୍ୟକ୍ରମ କରାଯାଉଥିଲା ତାହା କୋବିଡ କଟକଣା ଯୋଗୁଁ ହେଇପରିନାହି କେବଳ। ମନ୍ଦିର ର ଆବଶ୍ଯକୀୟ ରୀତି ନୀତି ସେବାୟତ ମାନଙ୍କ ଦ୍ଵାରା ସମ୍ପାଦନ କରାଯିବା ସହ ସର୍ବସାଧାରଣ ଙ୍କ ପାଇଁ ଦର୍ଶନ ବନ୍ଦ ରହିବା କୁ ଯେଉଁ ନିର୍ଦେଶ ରହିଥିଲା ତାକୁ ଦ୍ରୁଷ୍ଟି ରେ ରଖି ଆଜି ଏହି ନୀତି ସମ୍ପନ କରାଯାଇଛି। ମା କନ୍ଧୁଣି ଦେବୀ ମନ୍ଦିର ପରିଚାଳନା କମିଟି ଓ ଯାତ୍ରା ପରିଚାଳନା କମିଟି ର କିଛି ସଦସ୍ୟ ସମେତ ମା କନ୍ଧୁଣିଦେବୀ ଙ୍କ ଦେହୁରି ସେବକ କୁ ନେଇ ଏହି କାର୍ୟ୍ଯ କରାଯାଇଛି। ସ୍ଥାନୀୟ ପୋଲିସ ପ୍ରଶାସନ ର ଉପସ୍ଥିତି ରେ ଶାନ୍ତି ଶୃଙ୍ଖଳା ର ପବିତ୍ର କଣ୍ଟାପିଢା ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି ନୀତି ପରେ ମା କନ୍ଧୁଣିଦେବୀ ଙ୍କ କଣ୍ଟାପିଢା ଯାତ୍ରା ନେଇ ଭକ୍ତ ଙ୍କ ମନରେ ଖୁସି ଦେଖାଦେଇଛି। ତେବେ କୋବିଡ କଟକଣା ଯୋଗୁଁ ସହର ରେ ରକ୍ଷାବନ୍ଧନ ଫିକାପଡିଛି। ଏପରିକି ସହର ର ଅନେକ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ରାକ୍ଷୀ ମିଳବା ମଧ୍ୟ କଷ୍ଟ ହେଇଥିଲା ଫଳରେ ଭାଇ ଭଉଣୀ ର ଏହି ପବିତ୍ର ବନ୍ଧନ ର ପରମ୍ପରା ଆଜି ଫିକା ପଡିଥିବା ଦେଖିବାକୁ ମିଳିଥିଲା।


