କଦଳୀ ସମ୍ପର୍କରେ କେତେକ ଅଜଣା କଥା

– କଦଳୀ ଆବିଷ୍କାର ଆଠ ହଜାର ବର୍ଷର ପୁରୁଣା । ପୃଥିବୀର ଶହେ ସାତଟି ଦେଶରେ କଦଳୀ ଫଳେ ।
– ସେଓ ଅଙ୍ଗୁର ଭଳି ୱାଇନ କିମ୍ବା ବିଅର ପ୍ରସ୍ତୁତିରେ ମଧ୍ୟ କଦଳୀ ବ୍ୟବହାର କରାଯାଏ ।
– କଦଳୀର ପ୍ରଜାତି ସଂଖ୍ୟା ପାଖାପାଖି ଏକ ହଜାର ।
– କଦଳୀ ସ୍ୱାଭାବିକ ଭାବେ ପରମାଣୁ ବିକିରଣ ପ୍ରତିରୋଧୀ । କଦଳୀରେ ଚାଳିଶ ପ୍ରତିଶତ ପଟାସିୟମ ଥାଏ, ଯାହା ପରମାଣୁ ବିକିରଣ ରୋକିବାକୁ ସକ୍ଷମ ।
– କଦଳୀ ଚୋପାରେ ଜୋତା ପଲିସ କରିହେବ । ଚୋପା ଘଷିବା ପରେ ସଫା କପଡ଼ାରେ ଜୋତାକୁ ପୋଛି ଦିଅନ୍ତୁ ।
– କାଗଜ ତିଆରିରେ କଦଳୀ ଗଛକୁ ବ୍ୟବହାର କରାଯାଇପାରେ ।
– ଗହମ, ଧାନ, ମକା ପରେ କଦଳୀ ଉତ୍ପାଦନ ବିଶ୍ୱରେ ଅଧିକ । ପ୍ରତିଦିନ ଖିଆଯାଉଥିବା କଦଳୀ ସଂଖ୍ୟା ଅନ୍ୟୁନ ଶହେ କୋଟି ।
– ସର୍ବାଧିକ କଦଳୀ ଖାଉଥିବା ଦେଶ ହେଉଛି ଉଗାଣ୍ଡା । ସେଠାରେ ବର୍ଷକୁ ଜଣେ ବ୍ୟକ୍ତି ଦୁଇ କ୍ୱିଣ୍ଟାଲରୁ ଅଧିକ ଓଜନର କଦଳୀ ଖାଇଥାଆନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ