କନ୍ଧମାଳରେ ରାସ୍ତା ନିର୍ମାଣ ନାମରେ ଚାଲିଛି ଗଛ କଟା: ତଦନ୍ତ ପାଇଁ ଦାବୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ଉପରେ ସରକାର ଗୁରୁତ୍ଵ ଦେଉଥିବା ବେଳେ ରାସ୍ତା କାମ ନାମରେ ଜଙ୍ଗଲ ବିଭାଗ ଅଜାଣତରେ ଠିକାଦାର କୁଆଡେ ଗଛ ସବୁ କାଟି ପଦା କରି ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୁର୍ତ୍ତ ବିଭାଗ ଦ୍ଵାରା ଟେଣ୍ଡର ପାଇ ଫୁଲବାଣୀ ବ୍ଳକ ଅନ୍ତର୍ଗତ ସାର୍ତ୍ତାଗୁଡ଼ା ଛକରୁ ମିଣିଆ କାଠି ଡ଼କାଙ୍ଗି ରାସ୍ତାରେ ଠିକା କାମ କରୁଥିବା ଜନୈକ ଠିକାଦାର ଲୋକ ଲଗାଇ ବଡ଼ ବଡ ଗଛ ସବୁ କାଟି ତଳେ ପକାଇଥିବା ଦେଖିବାକୁ ମିଳୁଛି । ଏହିପରି ଜିଲ୍ଲାର ଅଧିକାଂଶ ସ୍ଥାନରେ ରାସ୍ତା କାମ କରିବା ସମୟରେ ଠିକାଦାର ମାନେ ବେଆଇନ ଭାବେ ଭାବେ ଗଛ କାଟୁଥିବା ବହୁ ନଜିର ରହିଛି, ତେବେ ଜଙ୍ଗଲ ବିଭାଗ ଏ ସମ୍ପର୍କରେ ଅବଗତ ନଥିବା କହିଛି । ରାସ୍ତା ନିର୍ମାଣ ପାଇଁ ପ୍ରକୃତରେ ଗଛ କଟାଯିବା ଜରୁରୀ ନା ନାହିଁ। ପୂର୍ବରୁ ରାସ୍ତା ଲାଗି ହୋଇଥିବା ସର୍ଭେରେ କେତେ ଗଛ କଟିବ ବୋଲି ଦର୍ଶାଯାଇଛି କି? ଏଥିରେ ଜଙ୍ଗଲ ବିଭାଗ ମୁଖ୍ୟ ଅନୁମତି ଦେଇଛନ୍ତି କି? ନା ଠିକାଦାର ବେଆଇନ ଭାବେ ଗଛ କାଟୁଛି । ଯଦି ଅନୁମତି ରହିଛି ତେବେ ଜଙ୍ଗଲ ବିଭାଗକୁ ଜଣାଇ ସେମାନଙ୍କ ଉପସ୍ଥିତିରେ ନିୟମ ପ୍ରକାରେ କଟାଯିବା କଥା। ଏଣୁ ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ। ତେବେ ଦାୟୀତ୍ଵରେ ଥିବା ଫୁଲବାଣୀ ଜଙ୍ଗଲ ବିଭାଗରେ ରେଞ୍ଜ ଅଫିସର ଶିଶିର କୁମାର ଝାଙ୍କର ଏହାର ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ଉପରିସ୍ଥ ଅଫିସରଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ