କନ୍ଧମାଳର ପ୍ରଥମ କରୋନା ଯୋଦ୍ଧା ଏଏସଆଇ ମହାଜନ ପ୍ରଧାନଙ୍କ ମୃତ୍ୟୁ:ଜିଲା ପ୍ରଶାସନ ପକ୍ଷରୁ ଦିଆଗଲା ଗାର୍ଡ଼ ଅର୍ଫ ଅନର୍

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରୁ ଶନିବାର ୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଶନିବାର ମୃତ୍ୟୁ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଆଗଧାଡ଼ିର କରୋନା ଯୋଦ୍ଧା ପୁଲିସ ଅଧିକାରୀ ରହିଛନ୍ତି। ସେ ହେଉଛନ୍ତି, କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ଟିକାବାଲି ଥାନା ଅନ୍ତର୍ଗତ ଲାଇନପଡା ଫାଣ୍ଡି ଦାୟିତ୍ୱରେ ଥିବା ଏଏସଆଇ ମହାଜନ ପ୍ରଧାନ। ଗତ ୨୮ ତାରିଖରେ ମହାଜନ ପ୍ରଧାନଙ୍କର ସ୍ୱାବ୍‍ ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଙ୍କର ପୂର୍ବରୁ ଡାଇବେଟିସ୍ ଥିଲା। ପ୍ରଥମେ ମହାଜନ ପ୍ରଧାନଙ୍କୁ ଫୁଲବାଣୀ କୋଭିଡ୍‍ ମେଡ଼ିକାଲ୍ ଓ ୫ ତାରିଖରେ ଅଧିକ ଚିକିତ୍ସାପାଇଁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ମହାଜନ ପ୍ରଧାନଙ୍କର ମୃତ୍ୟୁ ହୋଇଯାଇଥିଲା।ଏଏସ୍‍ଆଇ ମହାଜନ ପ୍ରଧାନଙ୍କର ମର ଶରୀରକୁ ଶନିବାର ଫୁଲବାଣୀ ଅଣାଯାଇଥିଲା। ଏଠାରେ ପୁଲିସ୍ ବିଭାଗ ପକ୍ଷରୁ ମାଦିକୁନ୍ଦା ରିଜର୍ଭ ପଡ଼ିଆ ଠାରେ ଗାର୍ଡ ଅଫ ଅନର୍‍ ଦିଆଯାଇଥିଲା। ଗାର୍ଡ ଅଫ ଅନର୍‍ ବେଳେ ଏସପି ବିନିତ୍ ଅଗ୍ରୱାଲ ଓ ଜିଲ୍ଲାପାଳ ଡା. ବୃନ୍ଦା ଡି ଙ୍କ ସମେତ ଅନ୍ୟ ପୁଲିସ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କ କାର‌୍ୟ୍ୟାକାଳ ସଂପର୍କରେ ଓ ସେ ରାଜ୍ୟର କେଉଁ କେଉଁ ଥାନା ମାନଙ୍କରେ କାର‌୍ୟ୍ୟକରିଛନ୍ତି ସେ ସଂପର୍କରେ ରିଜର୍ଭ ଇନିସପେକ୍ଟର ଧର୍ମେନ୍ଦ୍ର୍ର ପ୍ରଧାନ ସୂଚନା ଦେଇଥିଲେ।ଶନିବାର ଗାର୍ଡ଼ ଅଫ ଅନର ପ୍ରଦାନ ବେଳେ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସାର୍ତ୍ତାଗୁଡ଼ା ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା।କରୋନା ଯୋଦ୍ଧା ମହାଜନ ପ୍ରଧାନଙ୍କ ମୃତ୍ୟୁକୁ ନେଇ ସମଗ୍ର ଜିଲାରେ ଶୋକରଛାୟା ଖେଳି ଯାଇଛି। ଗତ ସେପ୍ଟେମ୍ବର ୫ ତାରିଖରେ ସେ ଲାଇନପଡ଼ା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ। କୋଭିଡ଼୍-୧୯ ଆରମ୍ଭରେ ଲକ୍ଡ଼ାଉନ୍ ଓ ସଟ୍ ଡ଼ାଉନ୍ ସହିତ ବିଭିନ୍ନ ସମୟରେ ସେ ଗ୍ରାମାଞ୍ଚଳ ଲୋକମାନଙ୍କ ପାଖରେ ପହଞ୍ଚି ସଚେତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମହାଜନ ପ୍ରଧାନଙ୍କର ନିଜ ଘର ଜି.ଉଦୟଗିରି ଥାନା ଅନ୍ତର୍ଗତ ଜିମାଙ୍ଗିଆ ଠାରେ। ବର୍ତ୍ତମାନ ତାଙ୍କର ସ୍ତ୍ରୀ ସହିତ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେହିଭଳି ଅନ୍ୟ ମୃତ ବ୍ୟକ୍ତି ଜଣକ ହେଉଛନ୍ତି କଳିଙ୍ଗା ଅଞ୍ଚଳର ଓ ତାଙ୍କର ମଧ୍ୟ ପୂର୍ବରୁ ଡାଇବେଟିସ୍ ଥଲା। ସେ ମଧ୍ୟ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ବର୍ତମାନ ସୁଦ୍ଧା ଜିଲ୍ଲାରୁ ମୋଟ ୮୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ବାକି ୩୯୩ ଜଣ ଚିକିତ୍ସିତ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ