କନ୍ଧମାଳ ଜିଲା ସ୍ତରୀୟ ଶିଶୁ ମହତ୍ସୋବ ମହକ-୨୦୨୨

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ପ୍ରଶାସନ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲା ସ୍ତରୀୟ ଶିଶୁ ମହତ୍ସୋବ ମହକ୍ -୨୦୨୨ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲାରେ ଥିବା ୧୩ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଶତାଧିକ ଅନ୍ତେବାସୀ ମାନେ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଏକକ ସଙ୍ଗୀତ, ଚିତ୍ରାଙ୍କନ, କୁଇନ୍ ଓ ବକୃତା ଏବଂ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ଭାଗନେଇ ନିଜ ନିଜର କଳା ପ୍ରଦର୍ଶନ କରିଥିବା ବେଳେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଅଶୋକ କୁମାର ବେହେରା, ଜିଲା ସମାଜ ମଙ୍ଗଳ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ଏସ୍.ଗାୟତ୍ରୀ, ସରକାରୀ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦାମ ଚରଣ ମଲିକ, ଶିଶୁ ମଙ୍ଗଳ କମିଟିର ସଦସ୍ୟା କଳ୍ପନା ମହାନ୍ତି ଏବଂ ଜୟନ୍ତୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ ଅଧ୍ୟକ୍ଷତା କରିଥିଲେ।ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଜିଲା ସ୍ତରୀୟ ପ୍ରତିଯୋଗିତା ରେ ଯେଉଁମାନେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଆଗାମି ଦିନରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସେହିମାନେ ଭାଗନେବେ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଶେଷରେ ସୁରକ୍ଷା ଅଧିକାରୀ ସୁନିଲ୍ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଜିଲା ଶିଶୁ ସୁରକ୍ଷା ବିଭାଗର ସରୋଜ କୁମାର କହଁର, ଚିନ୍ମୟ ବେହେରା, ବବୃବାହାନ ମାଝୀ ଓ ଅନ୍ୟମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ