କନ୍ନଡ଼ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ: ସୁଶାନ୍ତଙ୍କ ପରେ ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। କନ୍ନଡ଼ ଅଭିନେତା ସୁଶୀଲ ଗୌଡ଼ଙ୍କ ମୃତଦେହ କର୍ଣ୍ଣାଟକସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସିନେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ତେବେ ସେ କାହିଁକି ଏଭଳି ପଦକ୍ଷେପ ନେଲେ ତାହାର କାରଣ ଏଯାବତ୍‍ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ସୁଶୀଲ କନ୍ନଡ଼ ଟିଭି ଧାରାବାହିକ ‘ଅନ୍ତପୁରା’ରେ ଦମ୍‌ଦାର ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ସେ ଆଗାମୀ କନ୍ନଡ଼ ଫିଲ୍ମ ‘ସଲଗା’ରେ ମଧ୍ୟ ଅଭିନୟ କରିଥିଲେ। ସୁଶୀଲ ଅଭିନେତା ସହ ଜଣେ ଫିଟନେସ୍‌ ଟ୍ରେନର ମଧ୍ୟ ଥିଲେ। କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନାଁ କମାଇବା ପାଇଁ ସେ ଲଗାତର ପରିଶ୍ରମ ଜାରି ରଖିଥିଲେ। ଅଭିନେତ୍ରୀ ଅମିତା ରଙ୍ଗନାଥ ଇନଷ୍ଟ୍ରାଗ୍ରାମ୍‌ ଷ୍ଟୋରୀରେ ସୁଶୀଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ