କବି ଡଃ. କଳ୍ପନା ମଲ୍ଲିକଙ୍କ ଇଂରାଜୀ କବିତା ପୁସ୍ତକ ‘ଥାର୍ଡ ଆଇ’ ଗୋଲଡେନ ବୁକ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କବି ଡଃ. କଳ୍ପନା ମଲ୍ଲିକଙ୍କ ଦ୍ୱାରା ରଚିତ ଇଂରାଜୀ କବିତା ପୁସ୍ତକ “ଥାର୍ଡ ଆଇ” ଗୋଲଡେନ ବୁକ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନିତ ହୋଇଛି । ଏନେଇ କେନ୍ଦ୍ରାପଡାର ଗରାପୁରସ୍ଥିତ ସ୍ୱୟଂ ସିଧା ମଣ୍ଡପ ପରିସରରେ ଡଃ. ମଲ୍ଲିକଙ୍କ ରଚିତ ଇଂରାଜୀ ପୁସ୍ତକ “ଥାର୍ଡ ଆଇ”ଉପରେ ଏକ ଆଲୋଚନାଚକ୍ର ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ପ୍ରାଧ୍ୟାପକ ଡଃ. ବୈଷ୍ଣବ ଚରଣ ସାମଲ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଇଂରାଜୀ ବିଭାଗ ଅଧ୍ୟାପକ ଡଃ. ସୁରେନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ଧର୍ମଶାଳା ମହିଳା ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ଅଧ୍ୟାପକ ଡଃ. ସୁନାକର ଦାସ, ସମ୍ମାନିତ ବକ୍ତା ଭାବେ ଦାମନଜୋଡି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. ଭାଗବତ ଶୁକ୍ଳ, କବି ଡଃ. ଶ୍ରୀଧର ସାମଲ, କବି ଡଃ. ବୃନ୍ଦାବନ ଦାସ ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗରୁ ପୁସ୍ତକଟି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପୁସ୍ତକଟିରେ ସ୍ଥାନିତ ପ୍ରତିଟି କବିତା ପାଠକ ମନରେ ମାନବୀୟ ମୂଲ୍ୟବୋଧର ଏକ ଅନନ୍ୟ ଅନୁଭବ ସୃଷ୍ଟି କରିବାରେ ସମର୍ଥ ହେବ ବୋଲି ମୁଖ୍ୟ ଅତିଥି ଡଃ. ସାମଲ କହିଥିଲେ । ଏହି ଅବସରରେ ପୁସ୍ତକଟି ବିଶ୍ୱ ସ୍ତରୀୟ ରେକର୍ଡରେ ସ୍ଥାନିତ ହୋଇଥିବାରୁ ତା’ର ରଚୟିତା ଡଃ. କଳ୍ପନା ମଲ୍ଲିକଙ୍କୁ ଅଭିନନ୍ଦନ ଓ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାବ୍ୟିକ ସ୍ୱାଗତ ଉତ୍ସବରେ ଆଶିଷ ସେନାପତି, ପ୍ରେମାନନ୍ଦ ଖଣ୍ଡୁଆଳ, ଟିଟିକାନ୍ତ ଦାସ, ରଞ୍ଜନ ବାଇ, ସଞ୍ଜୟ ମଲ୍ଲିକ, ମେଜର ଭରତ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କବି ପ୍ରଦୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ