କମିବନି ପେଟ୍ରୋଲ୍, ଡିଜେଲ୍ ଦର
ନୂଆଦିଲ୍ଲୀ:ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଟିକସ ହ୍ରାସ କରିବା ଲାଗି ସରକାର ସିଧାସଳଖ ମନା କରିଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଟିକସ ସମ୍ପର୍କରେ କହିଛନ୍ତି ଯେ ଅତୀତରେ ଉପା ସରକାରଙ୍କ ଅମଳରେ ଯେଉଁ ତୈଳ ବଣ୍ଡ୍ ଜାରି କରାଯାଇଥିଲା ସେ ବାବଦ ପେମେଣ୍ଟ୍ ଦେବାକୁ ପଡ଼ୁଥିବାରୁ ଟିକସ କମ୍ କରିବାର ସମ୍ଭାବନା ସୀମିତ ହୋଇଯାଇଛି। ତେବେ ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସ୍ଟିରେ ସାମିଲ କରିବା ଲାଗି ରହିଥିବା ବିକଳ୍ପ ଏବେବି ଖୋଲା ରହିଛି ବୋଲି ସେ କହିଛନ୍ତି। ଯେହେତୁ ପେଟ୍ରୋଲିୟମ ଉତ୍ପାଦରୁ ରାଜ୍ୟଗୁଡ଼ିକର ସିଂହଭାଗ ଆୟ ହେଉଛି ତେଣୁ ଏହାକୁ ଜିଏସ୍ଟିରେ ସାମିଲ କରି ରାଜ୍ୟଗୁଡ଼ିକ ରାଜସ୍ବ ହରାଇବାକୁ ଚାହୁନାହାନ୍ତି।


