କାବୁଲରେ ବନ୍ଦ ହେଲା ଭାରତୀୟ ଦୂତାବସ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ଭାରତୀୟଙ୍କୁ ସେଠାରୁ ଆଣିବା ପାଇଁ ଭାରତ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ମଙ୍ଗଳବାର କାବୁଲରେ ଥିବା ଦୂତାବସକୁ ବନ୍ଦ କରିବା ସହ ଅଧିକାରୀମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ସମସ୍ତ ଚେଷ୍ଟା ଚାଲିଛି । ଆମେରିକା ସୈନିକଙ୍କ ସୁରକ୍ଷା ମଧ୍ୟରେ ଭାରତୀୟ ଏୟାରଫୋର୍ସର ଗ୍ଲୋବମାଷ୍ଟର ୧୩୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ନେଇ ସ୍ୱଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଛି । ମଧ୍ୟାହ୍ନ ୧ଟାରେ ବିମାନଟି ଜାମନଗରରେ ପଂହଚିବ ଏବଂ ପରେ ଗାଜିଆବାଦ ଯିବ । ଭାରତୀୟ ବର୍ହିବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଆମେରିକା ପ୍ରତିପକ୍ଷ ଆଂଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନା କରି ଭାରତୀୟଙ୍କ ସୁରକ୍ଷା ନିଶ୍ଚିତ କରିଥିଲେ । ପୂର୍ବରୁ ଏଠାରେ ଫସିଥିବା ଭାରତୀୟଙ୍କ ପାଇଁ ଗୃହ ମନ୍ତ୍ରଣାଳୟ ଜରୁରୀକାଳୀନ ନମ୍ବର ଏବଂ ଏମରଜେନ୍ସି ଭିଜାର ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ