କରାପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌) : ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଓଡିଶା ବିଶ୍ୱ ପାଇଁ ବେଞ୍ଚ ମାର୍କ ପାଲଟିଛି । ଭୁବନେଶ୍ୱର ରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ରାଜ୍ୟ ସ୍ତରରେ ପାଳନ ହୋଇଛି । ମହାବିତ୍ୟାର ଦିନକୁ ପ୍ରତିବର୍ଷ ଜାତୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଇଥାଏ । ଏନେଇ ରାଜ୍ୟ ସ୍ତରରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ସୁପରିଚାଳନା କରୁଥିବା ତିନୋଟି ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ଗୁଡିକୁ ଶ୍ରେଷ୍ଠ ଆଶ୍ରୟସ୍ଥଳୀ ଭାବେ ଟ୍ରଫି ସହ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାର ୧୦୫ ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ଛତ୍ରପୁର ବ୍ଲକର ଲକ୍ଷ୍ମୀପୁର ପଂଚାୟତର କରାପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳି ପରିଚାଳନା କମିଟିକୁ ପୁରସ୍କାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବା ସମୟରେ କରାପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟିର ସଭାପତି ତଥା ଲକ୍ଷ୍ମୀପୁର ସରପଂଚ ଏମ୍ .ନାରସୁମୁଲୁ ରେଡ୍ଡି,ସଂପାଦକ ମାଗୁଣି ବିଷୋୟୀ,ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ,ଓସଡମା ର ସୁବ୍ରତ ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠି,ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି,ଏସଆରସି ପିକେ ମାହାପାତ୍ରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । କରାପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀକୁ ଶ୍ରେଷ୍ଠ ଆଶ୍ରୟସ୍ଥଳୀ ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କାର ଦେଇଥିବାରୁ ପରିଚାଳନା କମିଟିକୁ ସବୁ ମହଲରୁ ପ୍ରଶଂସା ର ସୁଅ ଛୁଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ