ସମନ୍ୱୀତ ଶିଶୁ ବିକାଶ ପ୍ରକଳ୍ପର ସମୀକ୍ଷା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଜିଲ୍ଲାପାଲଙ୍କ ସମ୍ମିଳନୀକକ୍ଷ ଠାରେ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମନ୍ୱୀତ ଶିଶୁ ବିକାଶ ପ୍ରକଳଳୋ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ଚାଲିଥିବା ସମସ୍ତ ଛତୁଆ ୟନିଟ୍ ଗୁଡିକ ସଫାସୁତୁରା ରଖିବା ଭେଣ୍ଟଲେଟର ରଖିବା ଓ ଆଲୋକ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ମଡେନ୍ ଅଙ୍ଗନବାଡି ଗୁଡିକର ଭିତ୍ତିଭୁମିର ଉନ୍ନତି କରିବା ,ମମତା ଯୋଜନାରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ ଅନ୍ତର୍ଭୁକ୍ତ କରିବା ପ୍ରଭୃତି ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ଗୁଣି ଗାରେଡି ଉପରେ ସଚେତନତା କରିବା ନିମନ୍ତେ ଜିଲ୍ଲାପାଳ ଏକ ଡକ୍ୟୁମେଣ୍ଟରି ବହି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ନାମ ମୋ ସଚେତନତା ରହିଛି । ସିଡିପିଓ ମାନେ ନିଜ ନିଜ ଅଂଚଳରୁ ଏଥିପାଇଁ ଲେଖା ସଂଗ୍ରହ କରିବାକୁ କୁହାଯାଇଥିଲା । ଗାଁ ଲୋକମାନଙ୍କୁ ସିଡିପିଓ ମାନେ ଗୁଣି ଗାରେଡି ଉପରେ ସଚେତନତ କରିବା ନିମନ୍ତେ ମୋ ସଚେତନତା ବହି ବଣ୍ଟନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି,ମ୍ୟାନେଜର ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ସିଡିପିଓ ମାନେ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାରେ ନଭେମ୍ବର ୪ ଓ ୫ ଦୁଇ ଦିନ ଦରି ଚିକଟି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ନେତୃତ୍ୱରେ ମହିଳା ଓ ଶିଶୁ ବିଭାଗ ହାଉସିଂ କମିଟିର ଦଶ ଜଣ ବିଧାୟିକା ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ମା ଓ ଶିଶୁ ବିଭାଗର ବିଭିନ୍ନ କାର୍ଯ୍ୟର ତଦାରଖ କରିବେ ଏଥି ନିମନ୍ତେ ପୂର୍ବାହ୍ନରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ହାଉସିଂ କମିଟି କୁ ସମ୍ପୁର୍ଣ୍ଣ ମାତ୍ରାରେ ସବୁ କ୍ଷେତ୍ରରେ ସହ ଯୋଗ କରିବାକୁ ସମସ୍ତ ସିଡିପିଓ ମାନଙ୍କୁ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପଳ ଶ୍ରୀ ସାହୁ କହିଥିଲେ ।


