କରୋନା ମୃତ୍ୟୁ ୮ ହଜାର ଟପିଲା
ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାର ୫୭୯କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା ୧ ଲକ୍ଷ ୩୭ ହଜାର ୪୪୮ଟି ଆକ୍ଟିଭ୍ କେସ ରହିଛି । ସେହିପରି ୧ ଲକ୍ଷ ୪୧ ହଜାର ୨୯ ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୮ ହଜାର ୧୦୨କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ୯୪,୦୪୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩,୪୩୮ କୁ ବୃଦ୍ଧି ହୋଇଛି । ସେହିପରି ଗୁଜୁରାଟରେ ମୃତ୍ୟୁ ସଂଖ୍ୟା ୧ ହଜାର ୩୪୭, ଦିଲ୍ଲୀରେ ୯୮୪, ମଧ୍ୟପ୍ରଦେଶରେ ୪୨୭ ଜଣଙ୍କର ମୃତ୍ୟୁ ହୋଇଛି ।


