କରୋନା ରେ ଜର୍ଜରିତ ଗଞ୍ଜାମ ଜିଲ୍ଲା

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):କରୋନା ରେ ଜର୍ଜରିତ ଗଞ୍ଜାମ ଜିଲ୍ଲା । ୯୨ଜଣଙ୍କ ଜୀବନ ନେଲାଣି ଏହି ମହାମାରୀ। ୯ହଜାରରୁ ଅଧିକ ଲୋକ ସଂକ୍ରମିତ ହେଲେଣି। ଏହାପରେ ବି ଜିଲ୍ଲାର କିଛି ଜନସାଧାରଣ ସଚେତନ ହେଉନାହାନ୍ତି। ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତ୍ବ ମାନୁନାହାନ୍ତି। ଗତ ୨୪ ଘଣ୍ଟାରେ ମାସ୍କ ନ ପିନ୍ଧି ବାହାରେ ବୁଲୁଥିବା ଲୋକଙ୍କ ଠାରୁ ପୁଲିସ ପ୍ରାୟ ୨ ଲକ୍ଷ ୪୦ହଜାର ଟଙ୍କା ଜରିମାନା ଆଦାୟ କରିଛି।ଜିଲ୍ଲାରେ ଗୋଟିଏ ଦିନରେ ମାସ୍କ ଉଲଂଘନ ବାବଦକୁ ଏତେ ପରିମାଣର ଜରିମାନା ଆଦାୟ ହେବା ରେକର୍ଡ ବୋଲି କୁହାଯାଉଛି। ଗଞ୍ଜାମ ଜିଲ୍ଲା ଦୁଇଟି ପୁଲିସ ଜିଲ୍ଲାରେ ବିଭକ୍ତ। ଗଞ୍ଜାମ ପୁଲିସ ଜିଲ୍ଲା ଅଧିନସ୍ଥ ୨୨ଟି ଥାନା ଇଲାକାରୁ ଗତ ୨୪ ଘଣ୍ଟାରେ ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ସମୁଦାୟ ୧ଲକ୍ଷ ୬୭ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।ପ୍ରାୟ ୮୩୫ଜଣଙ୍କ ଠାରୁ ଏହି ଜରିମାନା ରାଶି ଆଦାୟ ହୋଇଛି। ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲା ପକ୍ଷରୁ ମାସ୍କ ପିନ୍ଧି ନ ଥିବା ୩୨୧ଜଣଙ୍କ ଠାରୁ ୭୩ହଜାର ୬ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ଦୁଇ ପୁଲିସ ଜିଲ୍ଲା ଅର୍ଥାତ ଗଞ୍ଜାମ ଜିଲ୍ଲାରୁ ଗତ ୨୪ଘଣ୍ଟାରେ ୧୧୫୬ଜଣଙ୍କ ଠାରୁ ୨ଲକ୍ଷ ୪୦ହଜାର ୬ଶହ ଟଙ୍କା ଜରିମାନା ବାବଦକୁ ଆଦାୟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ