କରୋନାରେ ପୋଲିସ୍ କର୍ମଚାରୀ ମୃତ
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିଲ୍ଲୀରେ କରୋନା ଯୋଗୁଁ ଆଉ ଜଣେ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁହୋଇଥିବାର ସୂଚନା ରହିଛି । ମୃତକ ଜଣକ ହେଉଛନ୍ତି ୫୪ ବର୍ଷୀୟ ଶେଷମଣି ପାଣ୍ଡେୟ । ସେ କ୍ରାଇମ୍ ବ୍ରାଞ୍ଚ ଅଫିସର ରହିଥିବାବେଳେ ସେ ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ରହିଥିଲେ । କରୋନା ସଂକଟ କାଳରେ ତାଙ୍କୁ ଅସ୍ଥାୟୀ ଭାବେ ସେଣ୍ଟ୍ରାଲ୍ ଦିଲ୍ଲୀରେ ମୋବାଇଲ୍ କ୍ରାଇମ୍ ଟିମ୍ରେ ମୂତୟନ କରାଯାଇଥିଲା । ୨୦୧୪ ବ୍ୟାଚ୍ର ଏଏସ୍ଆଇ ଶେଷମଣି ପାଣ୍ଡେଙ୍କ ମେ ୨୬ ତାରିଖରେ କରୋନା ପଜିଟିଭ୍ ରିପୋର୍ଟ ଆସିଥିବାବେଳେ ତାଙ୍କୁ ଆର୍ମି ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଛି ।


