ଖଣ୍ଡିଦେଉଳି ମେଡ଼ିକାଲ ଫାର୍ମାସିଷ୍ଟ ପଜେଟିଭ

ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ବ୍ଲକରେ ସ୍ୱାସ୍ଥ୍ୟ ଟିମ ଘର ଘର ବୁଲି ସ୍କିନ ଟେଷ୍ଟ କରୁଥିବା ବେଳେ ଖଣ୍ଡିଦେଉଳି ମେଡ଼ିକାଲ ର ଫାର୍ମାସିଷ୍ଟ ପଜେଟିଭ ଆକ୍ରାନ୍ତ ହୋଇଥିବା ଜଣାପଡିବ ପରେ ଲୋକେ ଭୟଭୀତ ହୋଇପଡିଛନ୍ତି । ସ୍ୱାସ୍ଥ୍ୟଟିମ ଲୋକଙ୍କ ସ୍କାନ କରିବା ପୂର୍ବରୁ ସେମାନଙ୍କ ର କରୋନା ପରୀକ୍ଷା କରିବା ପାଇଁ ଦାବି ହେଉଛି ବିଭିନ୍ନ ମହଲରେ । ଯାହା ଫଳରେ କରୋନା ସଂକ୍ରମଣକୁ ରୋକି ହେବ ବୋଲି ସେମାନେ ଦର୍ଶାଇଛନ୍ତି ।ଆଜି ଗଞ୍ଜାମ ବ୍ଳକ ଅନ୍ତର୍ଗତ ଖଣ୍ଡିଦେଉଳି ମେଡ଼ିକାଲ ରେ କର୍ଯ୍ୟରତ ଫାର୍ମାସିଷ୍ଟ ର ପଜେଟିଭ ବାହାରିବା ପରେ ତାଙ୍କୁ କୋଭିଡ଼ି ମେଡ଼ିକାଲ ପଠାଯାଇଛି ।ସେ ଗାତ ଦୁଇଦିନ ତଳେ ଖଣ୍ଡିଦେଉଳି ପାଞ୍ଚୟତ ,ତାର ପୂର୍ବରୁ ରମ୍ଭା ଏନଏସି, ମଲାଡ଼, ପାଳିବନ୍ଧ, ପୋଇରାଶି ପାଞ୍ଚୟତ ରେ କୋଭିଡ଼ି କାର୍ଯ୍ୟରେ ଏବଂ ଲୋକଙ୍କ ସ୍କାନ ଟେଷ୍ଟ ଟିମରେ ସାମିଲ ଥିଲେ ।ଯାହାକୁ ନେଇ ଲୋକ ଭୟଭୀତ ଥିବା ବେଳେ , ସ୍ୱାସ୍ଥ୍ୟ ଟିମର କରୋନା ଟେଷ୍ଟ କରିବା ପରେ କାର୍ଯ୍ୟରେ ନିଯୁକ୍ତି କରିବା ପାଇଁ ଦାବି ହେଉଛି । ଏପରି କି ଜିଲ୍ଲାପାଳ ମଧ୍ୟ କରୋନା ଟେଷ୍ଟ ପରେ କାର୍ଯ୍ୟରେ ସାମିଲ ହେବେ ବୋଲି ନିର୍ଦ୍ଦେଶ ଦେବା ସ୍ୱତେ କାର୍ଯ୍ୟକାରୀ ନ ହେବା ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।ଏପରି ଗତ ସପ୍ତାହରେ ରମ୍ଭା ଏନଏସି ରେ ସ୍ୱାସ୍ଥ୍ୟ ଟିମ ରେ ସାମିଲ ଥିବା ଆୟୁଷ ଡାକ୍ତର ବିଜୟଲଷ୍ମୀ ପୃଷ୍ଟି ଘର ଘର ବୁଲି ଟେଷ୍ଟ କରୁଥିବା ସମୟ ରେ ହଟାତ ସଂଜ୍ଞା ହୀନ ହୋଇଯିବାରୁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ନଜିର ଅଛି। ଆଜି ଗଞ୍ଜମ ଏନଏସି ର ଏକ ନମ୍ବର ୱାଡ଼ ରେ ଜଣେ ପଜେଟିଭ ବାହାରିଥିବା ବେଳେ, ଗଞ୍ଜାମ ବ୍ଳକ ରେ ୨୭ ଜଣ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ