କରୋନା ଚି଼ହ୍ନଟ ପରେ ସାନିଟାଇଜ୍‍ ହେଲା ଫିରିଙ୍ଗିଆ ପଞ୍ଚାୟତର ବିଭିନ୍ନ ଅଞ୍ଚଳ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବଜାରରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଫିରିଙ୍ଗିଆ ପଞ୍ଚାୟତର କାଳିଆ ସାହି, କଣ୍ଟିଲୋ ସାହି, ଉପରପଡା ଓ କୁଲିଆକୁଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହିତ ଖଜୁଚିପଡା, ନାହାଣ ଗାଁ, ମାଝିପଡା, କେକେରିଙ୍ଗିଆ, ଶଶିପଦର, ଡିଣ୍ଡିରାଗାଁ ଆଦିକୁ ବଫର ଜୋନ ଘୋଷଣା କରାଯାଇଛି। କେବଳ ଡାକ୍ତରଖାନା, ଅଗ୍ନୀଶମ, ପୁଲିସ୍‍ ଥାନା, ଔଷଧ ଦୋକାନ ଓ ବ୍ଲକ କାର୍ଯ୍ୟାଳୟର ଜରୁରିକାଳୀନ ବିଭାଗକୁ ଛାଡି ଦେଲେ ଅନ୍ୟ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସଂସ୍ଥା, ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ସ୍ଥଳେ ଫିରିଙ୍ଗିଆ ଅଗ୍ନିସମ ବିଭାଗ ପକ୍ଷରୁ ଫିରିଙ୍ଗିଆ ବଜାର ସହିତ , ବ୍ଳକ ଅଫିସ ନିକଟ ଓ ଅନ୍ୟ କେତେକ ସ୍ଥାନକୁ ସଂପୂର୍ଣ୍ଣଭାବେ ସାନିଟାଇଜ୍‍ କରାଯାଇଛି। ଆଗାମି ଦିନରେ ପଞ୍ଚାୟତର ବିଭିନ୍ନ ସାହି ମାନଙ୍କୁ ମଧ୍ୟ ସାନିଟାଇଜ୍‍ କରାଯିବ ବୋଲି ଅଗ୍ନିସମ ବିଭାଗ ପକ୍ଷରୁ କୁହାଯାଇଛି।ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଅଂଚଳର ସମସ୍ତ ପ୍ରବେଶ ପଥକୁ ବାଉଁଶ ବାଡ ଦେଇ ବନ୍ଦ କରାଯାଇଛି ଓ ପୁଲିସ ପକ୍ଷରୁ କଡା ପ୍ରହରା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ