କରୋନା ପ୍ରକୋପକୁ ଦେଖି ଜିଲ୍ଲା ପ୍ରଶାସନ ତାଲାବନ୍ଦ କଟକଣାକୁ ଦୃଢ ଓ କଠୋର କଲେ 

ଛତ୍ରପୁର  : ରାଜ୍ୟରେ କରୋନାର ଦୃତ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ତାଲା ବନ୍ଦ ପରିପ୍ରେକ୍ଷିରେ ଅଧିକ କଠୋର କଟକଣା ଜାରି କରିଛନ୍ତି  ।ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଦ୍ବାରା ଜାରି କରା.ଯାଇଥିବା ଆଦେଶ ମତେ  ପ୍ରତ୍ୟହ ମଧ୍ୟାହ୍ନ ୧୨ଘଣ୍ଟା ଠାରୁ ପରଦିନ ସକାଳ ୭ଘଣ୍ଟା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିକୁ ବାହାରକୁ ବାହାରିବା ପାଇଁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି . । କୌଣସି ମଟର ସାଇକେଲ ଏହି ସମୟ ମଧ୍ୟରେ ରାସ୍ତାକୁ ବାହାରି ପାରିବେ ନାହିଁ  । ଜିଲ୍ଲାର କୌଣସି ଠାରେ  କୌଣସି ଦୋକାନ ଏହି ସମୟ ମଧ୍ୟରେ ଖୋଲାଯାଇ ପାରିବ ନାହିଁ  ।  ଔଷଧ ଦୋକାନ ଯେଉଁ ଗୁଡିକୁ ପ୍ରଶାସନ ଅନୁମତି ପ୍ରଦାନ କରିଥିବ ସେହି ଗୁଡିକ କେବଳ ଖୋଲାଯାଇ ପାରିବ  । ଏଥିପାଇଁ ସ୍ଥାନୀୟ ଡ଼୍ରଗ୍ ଇନିସ୍ପେକ୍ଟର କିମ୍ବା ସହରାଞ୍ଚଳ ନିର୍ବାହୀ ଅଧିକାରୀ ଅନୁମତି ପ୍ରଦାନ କରିବା ଆବଶ୍ୟକ  । ଯେଉଁ ଔଷଧ ଦୋକାନ ଗୁଡିକ ଖୋଲା ରହିବ ତାହା ପରସ୍ପର ଠାରୁ ଅନ୍ତତଃ ୧୦୦ ମିଟର ଦୂରତ୍ବ ବଜାୟ ରଖିବେ  । ଟେଲିଫୋନ୍ ଯୋଗାଯୋଗ ଦ୍ବାରା ଔଷଧ ପ୍ରଦାନ କରାଯାଇପାରିବ  । ଶତ ପ୍ରତିଶତ ରୋଗୀ ସେବା ଟେଲିଫୋନ୍ ମାଧ୍ୟମରେ ପରିଚାଳନା କରିବାପାଇଁ କୁହାଯାଇଛି  । ଡାକ୍ତର ଖାନାରେ ଜରୁରୀକାଳିନ ଓ୍ବାଡ କାର୍ଯ୍ୟକ୍ଷମ ରହିବ  । ସମସ୍ତ ଘରୋଇ ଡାକ୍ତରଖାନା କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇ ରହିବ  । ସ୍ଥାନୀୟ ତହସିଲଦାର ଏହାର ତଦାରଖ କରିବେ  ।  କୌଣସି ରୋଗୀ ତହସିଲଦାର କିମ୍ବା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିର୍ଦ୍ଦେଶ ବିନା ଡାକ୍ତରଖାନାକୁ ମୋଟରସାଇକେଲରେ ଆସିପାରିବେ ନାହିଁ  ।   ଯେଉଁ ବ୍ୟକ୍ତି ବାହାରେ ବୁଲିବେ ତାଙ୍କୁ ତୁରନ୍ତ ପୋଲିସ୍ ଉଠାଇନେବ  ।  ପରିବାପତ୍ର ଏବଂ ତେଜରାତି ଦୋକାନ ସକାଳ ୭ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ  । ସମସ୍ତ ବ୍ୟକ୍ତି ଚାଲି ଚାଲି ଆସି ନିର୍ଦ୍ଧାରିତ ଦୂରତ୍ବ ବ୍ୟବଧାନରେ ରହି  କ୍ରୟ କରକିବପାକୁ କୁହାଯାଇଛି  । ସହରାଞ୍ଚଳରେ ଟ୍ରଲି କିମ୍ବା ଠେଲା ମାଧ୍ୟମରେ ଘର ନିକଟରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ  । ନିଜ ଘରେ କ୍ବାରେଣ୍ଟାଇନ୍ ରେ ଥିବା କୌଣସି ବ୍ୟକ୍ତି ବାହାରେ ବୁଲିଲେ ତାଙ୍କୁ ତୁରନ୍ତ ନେଇ ପ୍ରଶାସନିକ କ୍ବାରେଣ୍ଟାଇନ୍ କେନ୍ଦ୍ର ରେ ରଖାଯିବ  । ବୟସ୍କ ବ୍ୟକ୍ତି ମାନଙ୍କୁ ବାହାରେ ବୁଲିବାପାଇଁ ନିଷେଧ କରାଯାଇଛି  । ଅବମାନନା କଲେ ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ  । କୌଣସି ବ୍ୟକ୍ତି ବାହାରକୁ ବାହାରିଲେ ତାଙ୍କର ମୁହଁକୁ ସମ୍ପୂର୍ଣ୍ଣ ଆବୃତ୍ତ କରି ରଖିବେ  । ଯେଉଁମାନେ ଥଣ୍ଡା କିମ୍ବା କାଶରେ ଆକ୍ରାନ୍ତ ସେମାନେ ନିଜଘରେ ମଧ୍ୟ ମୁହ୍ଁକୁ ଆବୃତ କରି ରଖିବେ  । ପୋଲିସ୍ ପାଟ୍ରୋଲିଂ ଅଧିକ କଡାକଡି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  । ବାହାରେ ବୁଲୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ପୋଲିସ୍ ଥାନାକୁ ଉଠାଇବ । ସ୍ଥଳ ବିଶେଷରେ ସେମାନଙ୍କ ବିରୁଦ୍ଧରେ  ମହାମାରୀ ରୋଗ ନିୟମ ମୁତଚାବକ ମକଦ୍ଦମା ଦାୟର କରାଯିବ  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ