ଯୋଡା ସହରକୁ ସାନିଟାଇଜ୍ କଲା ଅଗ୍ନିଶମ ବିଭାଗ
ଯୋଡା (ଯୁଗାଦ୍ଦ) : ସହରରେ ଅଗ୍ନିଶମ ବିଭାଗ ଓ ପୌରପାଳିକା ପକ୍ଷରୁ ସମ୍ପୂର୍ଣ୍ଣ ସହରକୁ ସାନିଟାଇଜ୍ କରଯାଇଛି । କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ଯୋଡା ଅଗ୍ନିଶମ ବିଭାଗର ଅଧିକାରୀ ଦିଲୀପ ବେହେରା ଏବଂ ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ସମେତ ଅନ୍ୟ ବିଭାଗୀୟ କର୍ମଚାରୀମାନେ ଯୋଡା ସହରସ୍ଥିତ ସରକାରୀ ଡାକ୍ତରଖାନା, ଯୋଡା ପୋଲିସ ଷ୍ଟେସନ ଓ ବିଭିନ୍ନ ଓାଡର ବସ୍ତି, ହଟିଂ ରେ ଏହି କେମିକାଲକୁ ସିଂଚନ କରାଯାଇ ସାନିଟାଇଜ୍ କରାଯାଇଛି । ଏଥିରେ ଅଗ୍ନିଶମ ବିଭାଗ ଗାଡିର ଅତି ଉଚ୍ଚ ଶକ୍ତି ସମ୍ପନ୍ନ ପାଣି ପମ୍ପ ବ୍ୟବହାର କରାଯାଇିଥିଲା ।


