କରୋନା ପ୍ରତିରୋଧ ନେଇ ସଚେତନତା ବୈଠକ

ଯୋଡ଼ା (ଯୁଗାଦ୍ଦ) : ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହରର ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତାଙ୍କ ସହ କରୋନା ପ୍ରତିରୋଧ ପାଇଁ ଯୋଡା ପୌରପାଳିକା କାର୍ଯ୍ୟାଳୟର ଠାରେ ଶୁକ୍ରବାର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ସହରରେ ଥିବା ବିଭିନ୍ନ ମନ୍ଦିର , ମସଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ୱାର ମାନଙ୍କରେ ପୂଜା କରୁଥିବା ବ୍ୟକ୍ତି ବିଶେଷ ଏବଂ ପରିଚାଳନା କମିଟିର ସଦସ୍ୟମାନଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଉକ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକରେ କୌଣସି ପ୍ରକାର ଜନଗହଳି କରାନଯିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ଯୋଡା କୁନ୍ଦୁରୁନାଲା ଚର୍ଚ୍ଚର ପାଦ୍ରୀ , ମୁସଲିମ୍ ମାର୍କେଟ ମସଜିଦ୍ ର ମୌଲବୀ, ଲକ୍ଷ୍ମୀ ମନ୍ଦିର, ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରର କର୍ମକର୍ତାମାନେ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମରେ ମତାମତ ଦେବା ସହିତ କରୋନା ଭାଇରସ୍ ର ପ୍ରତିରୋଧ ଦିଗରେ ସହଯୋଗ କରିବା ପାଇଁ ଆଲୋଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ