କରୋନା ସ୍ଥିତି ଗମ୍ଭୀର : ହିଞ୍ଜିଳିର ଦୁଇ ଗ୍ରାମ କଣ୍ଟେନମେଣ୍ଟ୍ ଓ ଚାରି ଗ୍ରାମକୁ ବଫର ଜୋନ ଘୋଷଣା

ହିଞ୍ଜିଳିକାଟୁ, (ୱାଇଏନଏସ):ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଜାରୀ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ବହୁ କଟକଣା ଲାଗୁ କରାଯାଇଛି । ବର୍ତମାନ ପରିସ୍ଥିତିରେ ସ୍ଥିତି ଅଣାୟତ ହେବାରେ ଲାଗିଛି । ଏକଦା ଗ୍ରୀନ୍ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି । ରାଜ୍ୟ ପରିବାର ଓ ଲୋକ ସୂଚନା ସମ୍ପର୍କ ଅଧିକାରୀଙ୍କ ସୂଚନା ମୁତାବକ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାରରୁ ଉର୍ଦ୍ଧ୍ୱ ରହିଛି । ପୂର୍ବରୁ ବାହାର ରାଜ୍ୟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀଙ୍କ ମଧ୍ୟରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତମାନ ଗୋଷ୍ଠୀ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଆଡ଼ପଡ଼ା ଫାଣ୍ଡି ଅଧିନସ୍ଥ ଆଡ଼ପଡ଼ା ଗ୍ରାମ ସମେତ ପେଣ୍ଡୁରାଲୁଣ୍ଡି ଗ୍ରାମରେ ୨ ସଂଦିଗ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବୁଧବାର ସଂପୃକ୍ତ ୨ ଗ୍ରାମକୁ କଂଟେନମେଂଟ ଘୋଷଣା କରାଯାଇଥିବା ବେଳେ ଆଡ଼ପଡ଼ା ପାଣ୍ଡି ବଉଳଝୋଳି, ଲେଙ୍କାଖାଲି, କରାଖଣ୍ଡି ଓ ଗମ୍ଭାରିଗୁଡ଼ା ଗ୍ରାମରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ୪ ଗ୍ରାମକୁ ବଫରଜୋନ ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠିି ସଂଖ୍ୟା ୪୦୧୭/୨୩.୦୬.୨୦ପ୍ରକାରେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ସଂପୃକ୍ତ ସମସ୍ତ ଗ୍ରାମର ଜନସାଧାରଣଙ୍କ ସ୍ୱାବ ପରୀକ୍ଷା କରାଯିବ ବୋଲି ହୌିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ସଂପୃକ୍ତ ଅଂଚଳର ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୪କର୍ମଚାରୀ, ଆଡ଼ପଡ଼ା ଗ୍ରାମର ୨ ସମେତ ବଉଳଝୋଳି, ଲେଙ୍କାଖାଲି, କରାଖଣ୍ଡି ଓ ଗମ୍ଭାରିଗୁଡ଼ା ଗ୍ରାମରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ଗ୍ରାମର ଜନସାଧାରଣଙ୍କ ମଧ୍ୟରେ ଅଜଣା ଆତଙ୍କ ଖେଳିଯାଇଛି । ସଂପୃକ୍ତ ଗ୍ରାମକୁ କଂଟେନ୍‌ମେଂଟ ଓ ବଫରଜୋନ ଭାବେ ଘୋଷଣା କରାଯିବା ପରେ ଗ୍ରାମରେ ସାନକେମୁଣ୍ଡି ବିଡ଼ିଓ ଗାୟତ୍ରୀଦତ ନାୟକ, ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ମାଜିଷ୍ଟେଟ ତପନ କୁମାର ପରିଡ଼ା, ପାଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ବାରିକ, ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଆଡ଼ପଡ଼ା ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ରାଜନ ବିଷୋୟୀ ପ୍ରମୁଖ ପହଂଚି ଗାଁ ଗୁଡ଼ିକର ପ୍ରବେଶପଥ ଗୁଡ଼ିକୁ ବାଉଁଶ ପକାଇ ସିଲ୍ କରି ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ କେବଳ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିବା ପ୍ରବାସୀଙ୍କ ମଧ୍ୟରେ କରୋନା ଭୁତାଣୁ ସଂକ୍ରମଣ ଲକ୍ଷଣ ଦେଖା ଦେଉଥିବା ବେଳେ ବର୍ତମାନ ଗୋଷ୍ଠୀ ସଂକ୍ରମଣ ହେବାରେ ଲାଗିଛି । ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟଡ଼ାଉନ ଘୋଷଣା କରାଯାଇତବା ବେଳେ ଅବଶିଷ୍ଟ ୫ ଦିନ ଦୈନିକ ୫ ଘଂଟା (ସକାଳ ୭ଟାରୁ ମଧ୍ୟାନ୍ନ ୧୨ ଟା)କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ତାହା ବି ପୁଣି ସାମାଜିକ ଦୂରତ୍ୱ ରକ୍ଷାକୁ କଡ଼ାକଡ଼ି ଭାବେ ପାଳନ କରିବା ସକାଶେ ନିର୍ଦ୍ଦେଶ ରହିଛି । ଏହାକୁ ଖିଲାପ କଲେ ଜୋରିମାନା କିମ୍ବା ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ କରାଯିବା ସକାଶେ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ତେବେ ଉକ୍ତ ସମୟ ସୀମା ମଧ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ଲାଗି ରହୁଥିବାର ଦେଖିବାକୁ ମିଳୁଛି । ଦୀର୍ଘ ୩ ମାସରୁ ଉର୍ଦ୍ଧ ସମୟ ଧରି ଲକଡ଼ାଉନ ବଳବତର ରହିବା ସହ ପ୍ରଶାସନ ପକ୍ଷରୁ ବହୁ କଟକଣା ଜାରୀ କରାଯାଇଥିବା ଯୋଗୁଁ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ମଧ୍ୟବିତ୍ ଓ କ୍ଷୁଦ୍ର ବେପାରୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡ଼ିଛି । ରୋଗ ଅପେକ୍ଷା ଜୀବିକା ଲୋଙ୍କୁ ଛଟପଟ କରୁଛି । ମଧ୍ୟବିତ୍ ପରିବାର ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ସରକାରୀ ସହାୟତା ପ୍ରଦାନ ନକଲେ ଆଗାମୀ ଦିନରେ ପରିସ୍ଥିତି ଅତି ଗମ୍ଭୀର ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।
ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ