ଯବାନଙ୍କ ମୃତ ଦେହ ଉଦ୍ଧାର

କଳାହାଣ୍ଡି, (ୱାଇଏନ୍‌ଏସ୍‌):  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା  ନାନ୍ଦୋଲ- କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳୁ ଆଇଆରବି ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି  । ତାଙ୍କ ନାମ ସୁରେଶ ମଙ୍ଗରାଜ, ସେ ଆଇଆରବି  9th ବେଟେଲିଏନର ଯବାନ l ସେ ଜାରିଙ୍ଗ ସ୍ଥିତ ଆଇଆରବି  କେମ୍ପ ରେ କାର୍ଯ୍ୟରତ ଥିଲେ । ସେ ଗତକାଲି ବିଳମ୍ବିତ ରାତ୍ରିରେ ଜାରିଂଙ୍ଗ ସ୍ଥିତ କ୍ୟାମ୍ପରୁ ଛୁଟି ନେଇ  ନିଜ ଘର ଗୋଳାମୁଣ୍ଡାକୁ ବାଇକରେ ଫେରୁଥିଲେ ହେଲେ ଆଜି ଏକ ପୋଲ ତଳୁ ଏକ ବାଇକ୍ ଓ ତାଙ୍କ ମୃତ ଦେହ ଗ୍ରାମବାସି ଦେଖି ସ୍ଥାନୀୟ ପୋଲିସକୁ ଖବର ଦେଇ ଥିଲେ ଘଟଣା ସ୍ଥଳରେ ଜୁନାଗଡ଼  ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ