କରୋନା ‌ଟିକା ନେବା ପରେ ବି ୮୭ ହଜାର ଲୋକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ଦୁଇ ଡୋଜ୍ ନେଇସାରିଥିଲେ ବି ୮୭ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ‌ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ କେରଳରୁ ସର୍ବାଧିକ ଅଟନ୍ତି । କେରଳରୁ ୪୬ ପ୍ରତିଶତ ଲୋକ ଟିକା ଡୋଜ୍ ନେବା ପରେ ସଂକ୍ରମତି ହୋଇଛନ୍ତି । କେରଳରେ ପ୍ରଥମ ଡୋଜ୍‌ ଟିକା ନେବାପରେ ପ୍ରାୟ ୮୦ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ଦ୍ବିତୀୟ ଡୋଜ୍‌ ନେବାପରେ ୪୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏହି ମାମଲାଗୁଡ଼ିକ ପାଇଁ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ହୋଇଛି ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏହା ଚିନ୍ତା ବଢ଼ାଇଛି। ‌କେରଳରେ ପ୍ରାୟ ୨୦୦ ନୂଆ ମାମଲାର ଜିନୋମ୍‌ ସିକ୍ବେନ୍ସିଂ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ