କଲ୍ୟାଣ ମଣ୍ଡପ ଉଦଘାଟନ କଲେ ସାଂସଦ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ଛଣମେରୀ ପଞ୍ଚାୟତ ରେ ନୂତନ ଭାବେ ନିର୍ମାଣ ହୋଇଥିବା ଶ୍ରୀ କପିଳେଶ୍ୱର ଆଶ୍ରିବାଦ କଲ୍ୟାଣ ମଣ୍ଡପ କୁ ରବିବାର ସଂଧ୍ୟାରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଦଘାଟନ କରିଛନ୍ତି l ସାନଖେମୁଣ୍ଡି ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ଆସିକା ସାଂସଦ ଓ ସାନଖେମୁଣ୍ଡି ପୁର୍ବତନ ବିଧାୟିକା ତଥା ରାଜ୍ୟ ମହିଳା ଉପଦେଷ୍ଟା ନନ୍ଦିନୀ ଦେବୀ ଯୋଗ ଦେଇ କଲ୍ୟାଣ ମଣ୍ଡପ ଉଦଘାଟନ କରିବା ସହ କଲ୍ୟାଣ ମଣ୍ଡପ ନିକଟରେ ଅନୁଷ୍ଠିତ ହେବାକୁ ଥିବା ଏକ ସଭା ରେ ଯୋଗ ଦେଇଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷl ଗୋବିନ୍ଦ ସ୍ୱାଇଁ, ଛଣମେରୀ ସରପଞ୍ଚ ଗୌରୀ ନାୟକ, ସମିତିସଭ୍ୟା ଗୀତାଞ୍ଜଳୀ ସାମନ୍ତରାୟ, ଛଣମେରୀ ପୁର୍ବତନ ସରପଞ୍ଚ ବିଜୟ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟl ଗୀତାଞ୍ଜଳୀ ନାୟକ, ଜୟ ରାମ ଦୋରା, ସତ୍ୟ ରଥ, ସହଦେଵ ପ୍ରଧାନ, ଓମ୍ ପ୍ରସାଦ ସାହୁ, ଅମିନ ପ୍ରଧାନ, ଜି ସୋମନାଥ ପାତ୍ର,ରମେଶ ପ୍ରଧାନ,ସୁନିଲ ଗୌଡ଼, ଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିବା ବେଳେ ସୁରକ୍ଷା ଦୃଷ୍ଟି ରୁ ଦିଗପହଣ୍ଡି ପୋଲିସ ସହଯୋଗ କରିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ