ଜିଲ୍ଲା ସ୍ତରୀୟ ସପ୍ : ଫେଷ୍ଟ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ସପ୍ -ଫେଷ୍ଟ ଓ ପଲ୍ଲିଶ୍ରୀ ମେଳା ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଇଣ୍ଡିଆନ ଆଇଡଲର ୧୦ମ ବିଜେତା ତଥା ସୁନାମଧନ୍ୟ କଣ୍ଠ ଶିଳ୍ପୀ ସଲମନ ଅଲ୍ଲୀ ଯୋଗ ଦେଇ ତାଙ୍କର ସଂଗୀତର ଯାଦୁରେ ଦର୍ଶକ ମାନଙ୍କୁ ମସଗୁଲ କରିଥିଲେ । ସ୍ଥାନୀୟ ଷ୍ଟାଡିୟମ ପରିସରରେ ଓରମାସ, ମିଶନଶକ୍ତି ଓ ଜିଲ୍ଲା ପ୍ରଶାସନର ସହ ଯୋଗରେ ଚାଲିଥିବା ଦୁଇ ଦିନିଆ ସପ୍ -ଫେଷ୍ଟ ଓ ପଲ୍ଲିଶ୍ରୀ ମେଳା ର ଉଦଯାପନୀ ଦିବସରେ  ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ  ଜିଲ୍ଲା  ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ବିଏମସି କମିଶନର ଡଃ.ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ୱାସନ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ସପ -ଫେଷ୍ଟ, ପଲ୍ଲିଶ୍ରୀ ମେଳାରେ ଗଞ୍ଜାମ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ଏସଏଚଜି ମା ମାନେ ସେମାନଙ୍କ ହାତ ତିଆରି ସାମଗ୍ରୀ ଗୁଡିକ ୫୦ ଟି ଷ୍ଟଲରେ ବିକ୍ରିବଟା କରିଛନ୍ତି । ଇଣ୍ଡିଆନ ଆଇଡଲର ଦଶମ ବିଜେତା ତଥା ସୁନାମଧନ୍ୟ କଣ୍ଠଶିଳ୍ପୀ ସଲମନ ଅଲ୍ଲୀ ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ସଲମନ ଅଲ୍ଲୀ ନିଜ କଣ୍ଠର ଯାଦୁରେ ଦର୍ଶକଙ୍କୁ ଆକୃଷ୍ଠ କରିଥିଲେ । ଏପରିକି, ତାଙ୍କ ସଂଗୀତର ତାଳେ ତାଳେ ଦର୍ଶକ ମାନେ ନାଚି ବେଶ ଖୁସି ଜାହିର କରିଥିବା ଦେଖିବାକୁ ମିଳିଛି । କରୋନା ଯୋଗୁଁ ଦୀର୍ଘ ଦିନ ପରେ ଛତ୍ରପୁର ଠାରେ ଏଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ସହର ଏବଂ ଆଖପାଖ ଅଂଚଳର ବହୁ ଦର୍ଶକ ମନ ଭରି ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ