କଲ୍ୟାଣ ମଣ୍ଡପ ଶିଳାନ୍ୟାସ ଉତ୍ସବରେ ସାଂସଦ ଶ୍ରମ ମନ୍ତ୍ରୀ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡା ଗ୍ରାମ ପଞ୍ଚାୟତରେ ମା ପୀତାମ୍ବରି କଲ୍ୟାଣ ମଣ୍ଡପ ଶିଳାନ୍ୟାସ ଉଛବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉଛବ ରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଭିତ୍ତିପ୍ରସ୍ତର ସ୍ଥାପନା କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଯୋଗ ଦେଇଥିଲେ। ଏହା ପରେ ପଞ୍ଚାୟତ ଅଫିସ୍ ପରିସର ମଧ୍ୟରେ ବିଜୁ ଜନତା ଦଳ ର ସାଙ୍ଗଠନିକ ବୈଠକ ରେ ଯୋଗ ଦେଇଥିଲେ।ଉକ୍ତ ବୈଠକ ରେ ସରପଞ୍ଚ ଧୋବା ସ୍ୱାଇଁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମାନ୍ୟବର ଶ୍ରମ ଶ୍ରୀକାନ୍ତ ସାହୁ, ମୂଖ୍ୟ ଅତିଥି ଆସିକା ସଂସଦ ପ୍ରମିଳା ବିଷୋୟୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ରାଜ୍ୟ ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ସିମାଞ୍ଚଲ ପାତ୍ର, ଉପାଧକ୍ଷା ରିଙ୍କି ନାହାକ, ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ, ବିଜୟ କୁମାର ପ୍ରଧାନ, ସୁଲତାରାଣି ସ୍ୱାଇଁ, ରାଜୀବ ଲୋଚନ ପାତ୍ର ମଞ୍ଚାସିନ ଥିବା ଦେଖିବାକୁ ମିଳିଥିଲା। ମାନ୍ୟବର ଶ୍ରମ ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସାଢେ଼ ଚାରିକୋଟି ଜନତାଙ୍କ ବିକାଶ କୁ ଗୁରୁତ୍ବ ଦେଉଛନ୍ତି। ବିଜୁ ଜନତା ଦଳ କୁ ଆପଣ ମାନଙ୍କ ଭଲ ପାଇବା ହେଉଛି ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ଓଡ଼ିଶାର ପ୍ରଗତି ସମ୍ଭବ ହୋଇପାରିଛି।ଜନସାଧାରଣଙ୍କ ସହଯୋଗ ସମର୍ଥନ କରିବା ଯୋଗୁଁ ଆଜି ଓଡ଼ିଶାର ଅପ୍ରତିଦ୍ବନ୍ଦି ମୁଖ୍ୟମନ୍ତ୍ରୀ।ଆଗାମୀ ସାଧାରଣ ନିର୍ବାଚନ ରେ ୧୩୦ ସିଟ ରେ ବିପୁଳ ବିଜୟ କରିବ ବୋଲି ମତପ୍ରକାଶ କରିଥିଲେ।ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ନବୀନ ବବୁଙ୍କ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ସମସ୍ତ ପ୍ରକାର ସୁବିଧା କରିବେ ବୋଲି ସାଂସଦ ପ୍ରମିଳା ବିଷୋୟୀ ମତ ପ୍ରକାଶ କରିଛନ୍ତି। ସେହିଭଳି ମଞ୍ଚାଷିନ ଅତିଥି ମାନେ ସରକାରଙ୍କ ଲୋକାଭିମୁଖୀ ଯୋଜନା ରେ ସାମିଲ ହୋଇ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇ କାମ କରିବା ଏବଂ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା କୁ ମଜବୁତ୍ କରିବା ପାଇଁ ମତ ଦେଇଥିଲେ।କାର୍ଯ୍ୟକ୍ରମରେ ଅନ୍ତର୍ଯାମି ସ୍ୱାଇଁ, ଗୋବିନ୍ଦ ସ୍ୱାଇଁ, କାମଦେବ ବରାଡ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଜନପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ଏବଂ ବିଜୁ ଜନତା ଦଳ କର୍ମୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ