କଳାଘୋଡାର ଦେଶ ଗୁଡୁଦାରେ ତିନିଦିନିଆ କଳାଘୋଡା ଟେରାକୋଟା କର୍ମଶାଳା ଉଦଘାଟନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବାଲେଶ୍ବର ଜିଲ୍ଲା ପୋଷ୍ୟ କଳାଗ୍ରାମ ତଥା କଳାଘୋଡାର ଦେଶ ଗୁଡୁଦା ହାଟ ପାଖରେ ଏକ ତିନି ଦିନିଆ କଳାଘୋଡା ଟେରାକୋଟା କର୍ମଶାଳା ଉଦଘାଟିତ ହୋଇଯାଇଛି । ଗୁଡୁଦା ଗ୍ରାମ ପଞ୍ଚାୟତ ଦ୍ବାରା ଆୟୋଜିତ ଏହି କର୍ମଶାଳାକୁ ରେମୁଣା ତହସିଲଦାର ଚାର୍ଲସ୍ ନାୟକ ନିଜ ହାତରେ ମାଟିରେ ଏକ ସୁନ୍ଦର ଘୋଡ଼ା ତିଆରି କରି ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବକୁ ଗୁଡୁଦା ସରପଞ୍ଚ ବସନ୍ତ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ବାଲେଶ୍ବରୀ କଳା କେନ୍ଦ୍ରର ମୁଖ୍ୟ ଶିଳ୍ପୀ କେଶୁଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟତମ ଅତିଥି ଭାବେ ରେମୁଣା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ଦୀନକୃଷ୍ଣ ଦାସ, ପୂର୍ବତନ ସରପଞ୍ଚ ଶ୍ରୀକାନ୍ତ ପତି , ବରିଷ୍ଠ କୁମ୍ଭାର ଅନ୍ତର୍ଯ୍ୟାମୀ ମୁଦୁଲି, ରଶ୍ମିରଞ୍ଜନ ଦାସ , ରଶ୍ମିତା ସାହୁ ପ୍ରମୁଖ ଯୋଗ ଦେଇ ଆମ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ଆତ୍ମନିର୍ଭରଶୀଳ ଦେବା ପାଇଁ କହିଥିଲେ । ମୁଖ୍ୟଅତିଥିଙ୍କ ଦ୍ଵାରା ଅତିଥି କଳାକାର ରାଜବଲ୍ଲଭ ସାହୁ, ସୁଶାନ୍ତ ନାୟକ, ବ୍ରଜ ଷଢ଼ଙ୍ଗୀ, ଶ୍ରୀକୃଷ୍ଣ ଖଣ୍ଡା, ମୁକ୍ତିପଦ ନନ୍ଦୀ, କଲ୍ୟାଣ ବାରିକ, ଅରୁଣ ବାରିକ, ଦେବାଶିଷ ପତି, ରୂପକ ଦାସ, ଉତ୍ତମ ମହାଳିକ, ଦୀନକୃଷ୍ଣ ଧଳଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ବାଗତ । ସ୍ଥାନୀୟ ୫୦ ରୁ ଊର୍ଦ୍ଧ୍ୱ ପୁରୁଷ ମହିଳା କୁମ୍ଭାର କର୍ମଶାଳାରେ ଯୋଗଦେଇ ସୁନ୍ଦର ସୁନ୍ଦର ମାଟିରେ ଝମ୍ପ ଘୋଡ଼ା ତିଆରି କରିଥିଲେ ।ସନ୍ଧ୍ୟାରେ ପାରମ୍ପାରିକ କୁମ୍ଭାର ଓ ଅତିଥି କଳାକାର ସହ ମିଳନ ଓ କୁମ୍ଭାର ଚକରେ କାର୍ଯ୍ ମହିଳା ମାନଙ୍କୁ ଅତିଥି କଳାକାର ମାନଙ୍କ ଦ୍ଵାରା ପ୍ରଶିକ୍ଷଣ ଦିଆଯାଇଥିଲା ।ଆସନ୍ତା ରବିବାର ମଧ୍ୟାହ୍ନରେ ଉଦଯାପନ ଉତ୍ସବ ଆୟୋଜନ କରାଯିବା ସହ ସ୍ଥାନୀୟ ଚଢେଇୟା ନାଟ, ସଂକୀର୍ତ୍ତନ ପରିବେଷଣ ସହ ମାଟିର କଳାଘୋଡା, ବାଉଁଶ କାରିଗର, ସୋଲ କାରିଗରଙ୍କ କଳାକୃତି ପ୍ରଦର୍ଶନ କରାଯିବ ବୋଲି ସରପଞ୍ଚ ବସନ୍ତ ପ୍ରଧାନ ଜଣାଇଛନ୍ତି ।
ଶେଷରେ କମଳାକାନ୍ତ ବେହେରା ଧନ୍ୟବାଦ ଦେଇଥିଲେ । ସବୁଦିନ ସକାଳେ ଅତିଥି କଳାକାର ସହ ସ୍ଥାନୀୟ ଲୋକ ମାନଙ୍କୁ ଦ୍ଵାରା ଗ୍ରାମ ସଫେଇ କାର୍ଯ୍ୟ ତଥା
ବ୍ୟର୍ଜବସ୍ତୁ ନେଇ ସୌନ୍ଦର୍ଯକରଣ କରାଯିବା ସହ କର୍ମଶାଳା ଉଦଯାପନ ତଥା ଓଡ଼ିଶା ଲଳିତ କଳା ଏକାଡେମୀ ସମ୍ବର୍ଦ୍ଧିତ ପ୍ରତିଭା ବାଲେଶ୍ବରର ଅଶୋକ ମହାନ୍ତି ଓ ବ୍ରଜ କିଶୋର ଜେନାଙ୍କୁ ସମ୍ବର୍ଦ୍ଧନା ଓ ଅତିଥି କଳାକାରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯିବ ବୋଲ ଶିଳ୍ପୀ କେଶୁଦାସ ଜଣାଇଛନ୍ତି ।


