ଯଶିପୁର ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ
ଯଶିପୁର,(ଅକ୍ଷୟ କୁମାର ବିଶ୍ୱାଳ): ଯଶିପୁର ବ୍ଲକରେ ନୂତନ ବିଡ଼ିଓ ଭାବେ ବରଗଡ଼ ଜିଲ୍ଲା ଅତାବିରା ତହସିଲଦାର ହୃଦାନନ୍ଦ ଓଧା କାର୍ଯ୍ୟରେ ଯୋଗ ଦେଇଛନ୍ତି। ବିଡ଼ିଓ ଦାୟିତ୍ୱରେ ଥିବା ଶିଭାଶିଷ ବରାଳ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ନୂତନ ବିଡ଼ିଓ କାର୍ଯ୍ୟରେ ଯୋଗଦାନ କଲାପରେ କହିଛନ୍ତି ଯଶିପୁର ବ୍ଲକର ସାମଗ୍ରିକ ବିକାଶ ପାଇଁ ସେ କାମ କରିବେ । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ଶ୍ରୀଯୁକ୍ତ ଓଧା ତାଙ୍କ କର୍ମମୟ କାର୍ୟ୍ଯକାଳ ଭିତରେ ପ୍ରଥମେ ଅତିରିକ୍ତ ତହସିଲଦାର ଭାବେ ବାଙ୍କିରୁ ଚାକିରୀ ଆରମ୍ଭ କରିଥିଲେ। ତତ୍ପରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ଅତିରିକ୍ତ ଜିଲ୍ଲାପାଳ ଭାବେ ଅନୁଗୁଳ ଠାରେ ଏବଂ ତହସିଲଦାର ଭାବେ ଅତାବିରା ଠାରେ କାର୍ଯ୍ୟ ସୁଚାର ରୂପେ ତୁଲାଇଛନ୍ତି ବୋଲି ପ୍ରକାଶ କରିଛନ୍ତି।


