କଳାହାଣ୍ଡି ଠାରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବୈଠକ

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଓଡିଶା ସରକାରଙ୍କ ଶକ୍ତି, ଶିଳ୍ପ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଆଗ୍ରହ କ୍ରମେ ବୁଦ୍ଧିଜିବୀ ମାନଙ୍କୁ ନେଇ ସ୍ଥାନୀୟ ଭାଗୀରଥି ଇନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୈନିକ ସ୍କୁଲ ପ୍ରବେଶିକା ରେ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଲକ୍ଷନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ତତ୍ତ୍ବାବଧାନରେ ଜିଲ୍ଲାରେ ପ୍ରଥମ କରି ମାଗଣା ପ୍ରଶିକ୍ଷଣ ଦିଆଯିବ । ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ରେ ଉତିର୍ଣ୍ଣ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ବିଶେଷଜ୍ଞ ଶିକ୍ଷକ ଦ୍ବାରା ମାଗଣା ପ୍ରଶିକ୍ଷଣ ଦେବାସହ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯିବ । ଏଥିନିମନ୍ତେ କଳାହାଣ୍ଡି ଜିଲ୍ଲା ର ସମସ୍ତ ବ୍ଳକ ସ୍ତରରେ ଜନସଚେତନତା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସଚିବ ଓଡିଶା ସଂଗୀତ ନାଟକ ଏକାଡେମୀ ପ୍ରବୋଦ ରଥ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଶିକ୍ଷାବିତ୍ ପ୍ରଫେସର ଅକ୍ଷୟ ନନ୍ଦ, ଡ ଅଜୟ ମିଶ୍ର, ସମାଜସେବୀ ପ୍ରମୋଦ ଖମାରୀ, ଶ୍ରୀ ଛବିଲାଲ ସାହୁ, ରବି କାନୁନଗୋ, ବସନ୍ତ ପଣ୍ଡା, ସିମାଞ୍ଚଳ ମିଶ୍ର, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ବରିଷ୍ଠ ଆଇନଜୀବୀ ଜେତେନ୍ଦ୍ର ମହାନ୍ତି, ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁନିଲ ମୁଣ୍ଡ, ମହୁରୀ ସମ୍ପାଦକ ଭବାନୀଶଙ୍କର ନିଆଲ, ସମାଜସେବୀ ମଣ୍ଟୁ ନାଏକ , ପୂର୍ବତନ ଛାତ୍ର ସଂସଦ ସଭାପତି ଅବିନାଶ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ