ଅସହାୟ ମଲିଙ୍କୁ ସାହା ହେଲା ପ୍ରଶାସନ
ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା): ଅସହାୟ ଅବସ୍ଥାରେ ପଡିରହିଥିବା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଯାତ୍ରା ଗ୍ରାମର ମଲି ପ୍ରଧାନ (୬୫)ଙ୍କୁ ସାହା ହେଲା ପ୍ରଶାସନ। ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ମଲି ଙ୍କୁ ଉଦ୍ଧାର କରି ବାଲିସାହି ନିକଟରେ ଥିବା ସାନ ବଜାର ସ୍ଥିତ ବୃଦ୍ଧାଶ୍ରମ ରେ ତାଙ୍କୁ ଥଇଥାନ କରିଥିବା ଜଣାପଡିଛି। ସୂଚନା ଅନୁସାରେ ମଲି ଙ୍କ ସ୍ୱାମୀ ବହୁ ବର୍ଷ ହେଲା ମୃତ୍ୟୁ ବରଣ କରିଛନ୍ତି। ମଲିଙ୍କ ଗୋଟିଏ ଝିଅ ଓ ଏକ ଭିନ୍ନକ୍ଷମ ପୁଅ ମଧ୍ୟ ଅଛନ୍ତି ହେଲେ ଝିଅ ତା ନିଜ ବାଟରେ ରହୁଥିବା ବେଳେ ଏକ ମାତ୍ର ପୁଅ କେଉଁ ଆଡେ ଚାଲି ଯାଇଛି। ବେସାହାରା ହୋଇ ମଲି ନିଜ ବାପ ଘରକୁ ଚାଲି ଯାଇଥିଲେ ହେଲେ ସେଠାରେ ତାଙ୍କୁ କେହି ପଚାରିନଥିଲେ। ଫଳରେ ବାଧ୍ୟ ହୋଇ ସେ ମାଗି ଯାଚି ଖାଇବା ସହ ଅସହାୟ ଅବସ୍ଥାରେ ପର ବାରଣ୍ଡାରେ ଆଶ୍ରୟ ନେଉଥିଲେ। ଏ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା, ସାମାଜିକ ସୁରକ୍ଷା କର୍ମୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମ ରେ ଛାଡ଼ିଥିଲେ । ସ୍ଥାନୀୟ ପ୍ରଶାସନର ଏଭଳି ମହାନ କାଯ୍ୟ କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି |


