କସ୍ତୁରୀର ଶିଶୁ ପ୍ରତିଯୋଗିତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ, ସାଂସ୍କୃତିକ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନ ‘କସ୍ତୁରୀ’ର ଶିଶୁ ପ୍ରତିଯୋଗିତା ‘ଗଛ ବଞ୍ôଚଲେ ଆମେ ବଞ୍ôଚବା’ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ସହିଦ ନଗର ୟୁକୋ ବ୍ୟାଙ୍କର ଚିଫ୍ ମ୍ୟାନେଜର ମୌସୁମୀ ସାହୁ । ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ପ୍ରଫେସର ବୁଦ୍ଧଦେବ ସ୍ୱାଇଁ । ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ସମାଜସେବୀ ସମ୍ପଦ କୁମାର ସାହୁ ।ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜର ଜନ୍ମବାର୍ଷିକୀ, ପିତାମାତାଙ୍କ ବିବାହ ବାର୍ଷିକୀ ଓ ଆମର ପ୍ରଚଳିତ ବିଭିନ୍ନ ପର୍ବପର୍ବାଣୀରେ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ପୂର୍ବଜଙ୍କୁ ସମର୍ପଣ କଲେ ପରିବେଶ ନିଶ୍ଚିତ ଭାବରେ ପ୍ରଦୂଷଣମୁକ୍ତ ହୋଇପାରିବ । ଗଛ ବଞ୍ôଚଲେ ଆମେ ବଞ୍ôଚବା ପ୍ରତ୍ୟେକ ଏହାକୁ ବୁଝିବା ଉଚିତ୍ ଓ ପ୍ରତ୍ୟେକ ଲୋକ ଉପହାରସ୍ୱରୂପ ଫୁଲତୋଡ଼ା ବଦଳରେ ଗଛଟିଏ ଦେଇ ଏକ ସୁସ୍ଥ, ସୁନ୍ଦର ଓ ସବୁଜ ପରିବେଶ ସୃଷ୍ଟି କରିବାକୁ କସ୍ତୁରୀର ସମ୍ପାଦକ ଭାସ୍କର ଚନ୍ଦ୍ର ନାୟକ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟରୁ ଯୋଗଦାନ କରି ଚିତ୍ରାଙ୍କନ, ପ୍ରବନ୍ଧ, ବାଦ୍ୟଯନ୍ତ୍ର, ରଙ୍ଗୋଲି, ଫୁଲସଜା ମାଧ୍ୟମରେ ଗଛର ଚିତ୍ର ଅଙ୍କନ କରି ନିଜ ନିଜ ଦକ୍ଷତା ବଳରେ ଅତିଥିମାନଙ୍କୁ ଆକର୍ଷିତ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ ଭାସ୍କର ଚନ୍ଦ୍ର ନାୟକ । ସହଯୋଗ କରିଥିଲେ ଅର୍ପିତା, ଜ୍ୟୋତି, ଫକୀରମୋହନ, ପ୍ରଶାନ୍ତ । ଧନ୍ୟବାଦ ଦେଇଥିଲେ ସୁଶ୍ରୀ ଅଙ୍କିତା ନାୟକ । ଆସନ୍ତା ଜୁଲାଇ ୨୩ ତାରିଖ ରବିବାର ଜୟଦେବ ଭବନରେ ଦିବା ୯ ଘଟିକା ସମୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କବିତା ଆବୃତ୍ତି, ଗପ କହିବା ଓ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି । ସମ୍ପାଦକଙ୍କୁ ମୋବାଇଲ ନମ୍ବର ୯୩୩୭୧୨୬୦୭୩ କିମ୍ବା ୯୪୩୭୨୦୭୧୧୪ରେ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି ।


