କାକଟପୁର କଂଗ୍ରେସ ଦୁଇଫାଳ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସରେ ବର୍ତ୍ତମାନ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି l ଗତକାଲି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଭାପତି ରାଜ କିଶୋର ସାହୁ ଦଳବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ଦର୍ଶାଇ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତିଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଗଲା ବୋଲି ଏକ ପ୍ରେସ ବିଜ୍ଞପ୍ତି ଜାରି କରିଥିଲେ l ଉକ୍ତ ଖବର ପ୍ରଚାରିତ ହେବା ପରେ କାକଟପୁର କଂଗ୍ରେସ ରେ ଏକ ପ୍ରକାର ଆଲୋଡନ ସୃଷ୍ଟି ହୋଇଛି l ଶ୍ରୀ ମହାନ୍ତିଙ୍କ ସମର୍ଥକ ମାନେ ଏହାକୁ ଦୃଢ଼ ବିରୋଧ କରିବା ସହିତ ଆଗାମୀ ଦିନରେ କାକଟପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ତାର ସତ୍ତା ହରାଇବ ବୋଲି ଚେତାବନୀ ଦେଇଛନ୍ତି l ଅପର ପକ୍ଷରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କୁ ଏ ସମ୍ପର୍କ ରେ ପଚାରିବାରେ ସେ କହିଥିଲେକି ସେ ଜଣେ ସଚ୍ଚା କଂଗ୍ରେସ କର୍ମୀ ଦୀର୍ଘ ଶହେ ବର୍ଷ ହେବ ତାଙ୍କ ପରିବାର ଓ ସେ କଂଗ୍ରେସ ଦଳରେ ରହିଆସିଛନ୍ତି l ଯେଉଁମାନେ ଏ ଘୋଷଣା କରିଛନ୍ତି ନିମାପଡା ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଯେଉଁ ରାସ୍ତା କାମ ଚାଲିଛି ସେ ଅତ୍ୟନ୍ତ ନିମ୍ନ ମାନର ହୋଇଛି ବୋଲି ମୁଁ ଅଭିଯୋଗ କରିଥିଲି କିନ୍ତୁ ବ୍ଲକ କଂଗ୍ରେସ ର କିଛି ନେତା କାମ କରୁଥିବା ଠିକାଦାର ଠାରୁ ମୋଟା ଅଙ୍କର ଅର୍ଥ ନେଇ ମୋ ତୁଣ୍ଡ କୁ ଲଗାମ ଦେବାକୁ ଚେଷ୍ଟା କରିଥିଲେ l ବିଫଳ ହେବାରୁ ଏପରି ଘୃଣ୍ୟକାର୍ଯ୍ୟ କରି ଦଳ ର କ୍ଷତି ଘଟାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି l କଂଗ୍ରେସ ଦଳକୁ ମୁଁ ସେମାନଙ୍କୁ ଆଣିଥିଲି,ସେମାନଙ୍କର ଦଳ ଉପରେ କୌଣସି ଅଭିଜ୍ଞତା ନାହିଁ ଏବଂ ସେମାନଙ୍କର ଗୋଟିଏ ୱାର୍ଡମେମ୍ବର ହେବାର ଯୋଗ୍ୟତା ନାହିଁ,ତାଙ୍କର ବହିଷ୍କାର କରିବାରେ କ୍ଷମତା ନାହିଁ କିମ୍ବା ଏଭଳି ଏକ ଅପପ୍ରଚାର ର କୌଣସି ମୂଲ୍ୟ ନାହିଁ ବୋଲି ଶ୍ରୀ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଦଳରେ ଏଭଳି ବିଶୃଙ୍ଖଳା ଲାଗି ରହିଲେ ଦଳର ଅଧପତ୍ତନ ଘଟିବ ବୋଲି ସେ କ୍ଷୋଭ ର ସହ କହିଛନ୍ତି l କଂଗ୍ରେସ ଦଳ ଦୁଇଫାଳ ହୋଇ ଦୁଇ ଗୋଷ୍ଠୀ ମଧ୍ୟରେ ତୁ ତୁ ମେ ମେ ଚାଲିବା ଆରମ୍ଭ ହୋଇଯାଇଥିବାରୁ ଏହାର ପ୍ରଭାବ ଆସନ୍ତା ତ୍ରୀ ସ୍ତରୀୟ ପଂଚାୟତ ନିର୍ବାଚନ ଉପରେ ପଡିବା ସ୍ପଷ୍ଟ ହୋଇଯାଇଛି l


