ଗଣଶିକ୍ଷାମନ୍ତ୍ରୀ ଙ୍କ ଦ୍ୱାରା କୃଷିରଥର ଶୁଭାରମ୍ଭ
ନିମାପଡା, (ସନ୍ତୋଷ ଦାଶ):ଆଜି ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଯୁକ୍ତ ସମୀର ରଞ୍ଜନ ଦାଶ ନିଜ ନିମାପଡା ନିର୍ବାଚନମଣ୍ଡଳୀ ର ଓଳlସଁ କୃଷି ଫାର୍ମ ଠାରେ କୃଷିରଥ ପ୍ରଚାର ଗାଡି କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବାବେଳେ ଚାଷୀ ମାନଙ୍କ ପାଇଁ ଆସିଥିବା ନୂତନ କୃଷି ଯନ୍ତ୍ରପାତି ସବୁ ର ଅନୁଧ୍ୟାନ କରିଥିଲେ l ଏହି କୃଷି ରଥ ନିର୍ବାଚନମଣ୍ଡଳୀ ବୁଲିବୁଲି ଚାଷୀ ମାନଙ୍କୁ ସଚେତନ କରିବ l ଚାଷୀମାନଙ୍କ ପାଇଁ ଆସିଥିବା ନୂତନ କୃଷି ଯନ୍ତ୍ରପାତି କୁ ବ୍ୟବହାର କରି ଚାଷୀମାନେ କିପରି ଉପକୃତ ହୋଇପାରିବେ ସେ ଦିଗରେ ବିଭାଗୀୟ ଅଧିକାରୀମାନେ ମନ୍ତ୍ରୀ, ଅତିଥି ଓ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରିଥିଲେ l ଆଜି ର ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଦାଶ ଙ୍କ ସହିତ ବ୍ଲକ ବିଜେଡି ସଭାପତି ଅଶୋକ ସାହୁ, ବ୍ଲକ ଉପାଧ୍ୟକ୍ଷ ଅଜୟ ସ୍ୱାଇଁ, ଜିଲ୍ଲା କୃଷିଅଧିକାରୀ ଅନିଲକୁମାର ଦାଶ, ଏଗ୍ରିକଲଚର ଓଭରସିଅର ମନୋଜ କୁମାର ମହାନ୍ତି,ନିମାପଡା କୃଷି ଅଧିକାରୀ ଶରତ କୁମାର ପରିଡା, ସହକାରୀ କୃଷିଯନ୍ତ୍ରୀ ଆଶାପୂର୍ଣ୍ଣ ସେଠୀ, ପ୍ରମୁଖ ଯୋଗଦାନ କରିଥିବାବେଳେ ଚାଷୀମାନେ ଉର୍ନ୍ନତମାନର କୃଷି ଯନ୍ତ୍ରପାତି ର ବ୍ୟବହାର ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ l ମନ୍ତ୍ରୀ ଟ୍ରାକ୍ଟର ଚଳାଇ ନିଜେ ଯନ୍ତ୍ରପାତି ସବୁର ଅନୁଧ୍ୟାନ କରିଥିଲେ l


