ଦଳିତ ସେବା ସଂଘ ପକ୍ଷରୁ ଫଳ ବଣ୍ଟନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନଲେଙ୍କା):୭୫ତମ ସ୍ଵାଧୀନତା ଦିବସ ଅବସରରେ ଡ଼. ଆମ୍ବେଦକର ଦଳିତ ସେବା ସଂଘ ପକ୍ଷରୁ ଭଣ୍ଡାରିପୋଖରୀ ମେଡିକାଲ ଠାରେ ଫଳ ବଣ୍ଟନ କରାଯାଇଛି। ଉପଦେଷ୍ଟା ଅଧ୍ୟାପକ ତରଣୀସେନ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସଭାପତି ଉମାକାନ୍ତ ଜେନା, କୋଷାଧ୍ୟକ୍ଷ ରବୀନ୍ଦ୍ର ଜେନା, ଶରତ କୁମାର ପଲେଇ, ପଦ୍ମନାଭ ଜେନା, ଗୋକୁଳାନନ୍ଦ ଜେନା ପ୍ରମୁଖ ମେଡିକାଲରେ ପହଂଚି ପ୍ରସୂତୀ ଓ ଅନ୍ୟାନ୍ୟ ରୋଗୀ ମାନଙ୍କୁ ଭେଟି ଫଳ ବଣ୍ଟନ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କମଳାକାନ୍ତ ସ୍ୱାଇଁ, ଫାର୍ମାସିଷ୍ଟ ପଙ୍କଜ କୁମାର ବେହେରା, ରଶ୍ମିରେଖା ପୃଷ୍ଟି, ସୁପରଭାଇଜ ମନୋରଞ୍ଜନ ରାଉତ, ଲଲାଟ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସମ୍ପାଦକ ଉମାକାନ୍ତ ଜେନା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ