କାଜୁ ତୋଟାରୁ ଚୋରି ଟ୍ରାକ୍ଟର ଉଦ୍ଧାର

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସହର  ମୂଖ୍ଯ ରାସ୍ତାକଡରୁ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ ମହୁଡା-ଟାମଣା ରାସ୍ତାଠୁ ପ୍ରାୟ ୫ ଶହ ମିଟର ଦୂର ଏକ କାଜୁ ତୋଟାରୁ ଉଦ୍ଧାର କରାଯାଇଛି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ  ଦିଗପହଣ୍ଡି ଥାନା ଏସ୍ଆଇ ମାଧବ ଚନ୍ଦ୍ର ଟାକରି ଅଭିଯୋଗକାରୀ ଟ୍ରାକ୍ଟର ମାଲିକ ଦିଗପହଣ୍ଡିର ପୁରୁଷୋତ୍ତମ ପାତ୍ରଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଉଦ୍ଧାର କରିଛନ୍ତି।ଗତ ୨୨ ତାରିଖ ସନ୍ଧ୍ୟାରେ ଟ୍ରାକ୍ଟର ଚାଳକ ଗାଡି ଧୁଆଧୋଇ କରି ମୂଖ୍ଯ ରାସ୍ତା କଡରେ ରଖିଥିବା ବେଳେ ରାତିରେ କୌଣସି ଦୁର୍ବୃତ୍ତ ଗାଡିଟିକୁ ଚୋରାଇ ନେଇଯାଇଥିଲେ।ସକାଳୁ ଚୋରି ଘଟଣା ଜଣା ପଡିବା ପରେ ଟ୍ରାକ୍ଟର ମାଲିକ ପୁରୁଷୋତ୍ତମ ଦିଗପହଣ୍ଡି ଥାନାରେ ଏକ ଏତଲା ଦେଇଥିଲେ । ଏତଲା ଭିତ୍ତିରେ ଦିଗପହଣ୍ଡି ପୋଲିସ ତଦନ୍ତ ଚାଲୁ ରଖିଥିବା ବେଳେ ଯଦିଓ ଟ୍ରାକ୍ଟର ଉଦ୍ଧାର ହୋଇ ପାରିଛି ତେବେ ଚୋରାଇ ନେଇଥିବା ଦୁର୍ବୃତ୍ତ ଙ୍କ କୌଣସି ଟେର୍ ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ