ବ୍ଲକ ସ୍ତରୀୟ ପଞ୍ଜୀକରଣ ହେଉ କଳାକାର ସଂଘ; ମାନ୍ୟତା ପ୍ରଦାନ ପାଇଁ ଦାବୀ 

 କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ସ୍ତରୀୟ କଳାକାର ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ଏକ ଦାବିପତ୍ର ବ୍ଳକ ଓ ତହସିଲ୍ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି। ବ୍ଳକ ସ୍ତରୀୟ ସଂଘକୁ ମାନ୍ୟତା ପ୍ରଦାନ ଓ ପଞ୍ଜୀକରଣ କରିବାକୁ ସେମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାସହିତ ବ୍ଳକ ସ୍ତରୀୟ କଳାକାର ମାନେ ଦୀର୍ଘବର୍ଷ ଧରି ବିଭିନ୍ନ ପ୍ରକାର କଳାକୁ ନେଇ ସରକାରୀ ସ୍ତରରେ ସଚେତନ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ପଞ୍ଜୀକରଣ କରାଯାଇନଥିବାର ଉଲ୍ଲେଖ କରାଯାଇଛି। ବ୍ଳକ ସ୍ତରୀୟ ସଂଘର ସଭାପତି ତରଣିସେନ୍ ଦିଗାଲ, ସଂପାଦକ ପ୍ରକାଶ ଚନ୍ଦ୍ର ନାୟକ, ସଚିଦାନନ୍ଦ ପଟ୍ଟନାୟକ, ପ୍ରସନ୍ନ କୁମାର ସାହୁ ପ୍ରମୁଖଙ୍କ ତତ୍ତ୍ବାବଧାନରେ ବ୍ଳକ ସ୍ତରୀୟ କଳାକାରମାନେ ସେମାନଙ୍କ ମା’ ଶାରାଳା ବ୍ଳକ ସ୍ତରୀୟ କଳାକାର ସଂଘର ମାନ୍ୟତା ତଥା ପଞ୍ଜୀକରଣ ପାଇଁ ସହଯୋଗ କରିବାକୁ ଏହି ଦାବିପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ସ୍ତରୀୟ କଳାକାର ସଂଘ ପକ୍ଷରୁ ଖଜୁରିପଡ଼ା ବ୍ଳକରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ସ୍ତରୀୟ କଳାକାର ସଂଘ ପକ୍ଷରୁ ତହସିଲ୍ କାର୍ଯ୍ୟାଳୟରେ ତହସିଲ୍‌ଦାର ସ୍ୱପ୍ନିତା ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ