କାବୁଲ-ନୂଆଦିଲ୍ଲୀ ବିମାନ ଉଡ଼ାଣ ପାଇଁ ଭାରତ ସରକାରଙ୍କୁ ତାଲିବାନର ଅନୁରୋଧ

କାବୁଲ: ତାଲିବାନ ସରକାର ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ଭାରତ ସରକାରଙ୍କୁ ଚିଠି ଲେଖିଥିବା ନେଇ ଜଣାପଡ଼ିଛି । ଏହି ଚିଠି ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ମନ୍ତ୍ରୀ ହମିଦୁଲ୍ଲା ଅଖୁନଜଡାଙ୍କ ଦ୍ୱାରା ସିଭିଲ୍ ଆଭିଏସନ୍ ଅଫ୍ ଇଣ୍ଡିଆ (ଡିଜିସିଏ) ର ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ଲେଖାଯାଇଛି। ତେବେ ବେସାମରିକ ବିମାନ ଚଳାଚଳମନ୍ତ୍ରଣାଳୟ ଚିଠି ଉପରେ ବିଚାର କରୁଛି ଜଣାପଡ଼ିଛି। ନୂଆ ସରକାର ଗଠନ ହେବା ପରେ ଆଫଗାନିସ୍ତାନରେ ରାଜସ୍ୱ ସଂକଟ ଦେଖାଦେଇଛି। ଏହାସହ ଆମେରିକା ସୈନ୍ୟ ମଧ୍ୟ କାବୁଲ ଏୟାରପୋର୍ଟରେ ଅନେକ କ୍ଷୟକ୍ଷତି କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ କତାର ବୈଷୟିକ ଟିମ୍‌ ସହାୟତାରେ ବିମାନ ବନ୍ଦର ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି। ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାରକୁ ଭାରତ ଏପର୍ଯ୍ୟନ୍ତ ସ୍ୱୀକୃତି ଦେଇ ନାହିଁ। ତେବେ ଦୋହାରେ କତାରରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଏବଂ ତାଲିବାନ ନେତା ଶେର ମହମ୍ମଦ ଅବ୍ବାସ ଷ୍ଟଙ୍କଜାଇଙ୍କୁ ଭେଟିଛନ୍ତି। ଆମେରିକୀୟ ସୈନ୍ୟବାହିନୀ କାବୁଲ ଛାଡିବା ପରେ ତାଲିବାନ ୩୦ ଅଗଷ୍ଟରେ ଆଫଗାନିସ୍ତାନ ଦଖଲ କରିଥିଲା। ତେବେ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ୨୧ ଅଗଷ୍ଟରେ କାବୁଲରୁ ନୂଆଦିଲ୍ଲୀ ଅଭିମୁଖେ ଶେଷ ବିମାନ ଉଡ଼ିଥିଲା ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ