କାର୍ଯ୍ୟରତ ସବଇନ୍ସପେକ୍ଟର କେଶବ ଷଢଙ୍ଗୀ ଡିଜିପି ଡିସ୍କ୍ ପୁରସ୍କାର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଥାନାରେ କାର୍ଯ୍ୟରତ ସବଇନ୍ସପେକ୍ଟର କେଶବ ଷଢଙ୍ଗୀ ଡିଜିପି ଡିସ୍କ୍ ପୁରସ୍କାର ପାଇବେ ବୋଲି ଜଣାପଡିଛି। ଆସନ୍ତା ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ସେ ଏହି ପୁରସ୍କାର ପୁଲିସ୍ ଡିଜିଙ୍କ ଠାରୁ ପାଇବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ପୁଲିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡିଜିପିଙ୍କ ଠାରୁ ପୁରସ୍କାର ପାଇବା ପାଇଁ ସେ ମନୋନୀତ ହୋଇଛନ୍ତି। ଭୂବନେଶ୍ବର ଠାରେ ପୁଲିସ୍ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଡିଜିପି ରାଜ୍ୟରେ ପୁଲିସ୍ ସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା କିଛି ପୁଲିସ୍ ଅଧୀକାରୀଙ୍କୁ ସମ୍ବର୍ଦ୍ଧିତ କରିବା ନେଇ ଚୟନ କରିଥିବା ବେଳେ ସେଥିରେ ଶ୍ରୀ ଷଢଙ୍ଗୀଙ୍କ ନାମ ରହିଛି। ସେ ବାଲେଶ୍ବର ଜିଲ୍ଲାରୁ ଚାକିରୀ ଆରମ୍ଭ କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ପୋ୍ଲସରା ଓ ଭଞ୍ଜନଗର ଥାନାରେ କାର୍ଯ୍ୟ କରିଛନ୍ତି। ଡିଜିପି ଡିସ୍କ୍ ପୁରସ୍କାର ପାଇବାକୁଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଶଚ୍ଛା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ