ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ବଡକୋଦଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୋଷ ରଞ୍ଜନ ହୋତା ଏବଂ ଖମାରେଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ କୁମାର ବିଷୋୟୀଙ୍କୁ ଶିକ୍ଷକତା ସେବାରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ଏହି ଅବସରରେ ଆୟୋଜିତ ସଭାରେ ବି.ଇ.ଓ ଏସ୍ ଧନଞ୍ଜୟଙ୍କ ନିର୍ଦ୍ଦେଶ ପ୍ରକାରେ ଏ.ବି.ଇ.ଓ ନେତାଜୀ ବିଷୋୟୀ,ସି.ଆର୍.ସି.ସି ମୋହନ ସାହୁ ଏବଂ ତ୍ରିନାଥ ବେହେରା ଉଭୟ ଶିକ୍ଷକଙ୍କୁ ସେବା ନିଭୃତ କାଳୀନ ପେନସନ କାଗଜପତ୍ର ତଥା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଡକୁମେଣ୍ଟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି ଖମାରେଡି ପ୍ରଧାନ ଶିକ୍ଷକ ଉପେନ୍ଦ୍ରନାଥ ପ୍ରଧାନ ଙ୍କ ସମେତ ଶିକ୍ଷକ ଗୌର ଚନ୍ଦ୍ର ପଣ୍ଡା,ଗଣେଶ ନାୟକ,ନୀଳାଞ୍ଚଳ ପାଣିଗ୍ରାହୀ,ମଦନ ମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବଡକୋଦଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସୁଧାଂଶୁ ଶେଖର ବେହେରା ଙ୍କ ସମେତ ଶିକ୍ଷୟିତ୍ରୀ,ସୁନିତା କୁମାରୀ ବେହେରା, ମଞ୍ଜୁଳା ମିଶ୍ର , ସୁନିତା ବେହେରା, ଗ୍ରାମର ଶିକ୍ଷାବିତ୍ ପ୍ରସନ୍ନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅବସର ଦିନ ହିଁ ପ୍ରୋଭିଜନାଲ ପେନସନ କାଗଜ ପତ୍ର ସହ ଗ୍ରାଚ୍ୟୁଇଟି ଏବଂ ଅବ୍ୟବହୃତ ଇଛାଧିନ ଛୁଟିର ପ୍ରାପ୍ୟ ବାବଦକୁ ସମସ୍ତ ପ୍ରକାର କାଗଜପତ୍ର ପ୍ରଦାନ ବ୍ୟବସ୍ଥା କରାଇଥିବା ହେତୁ ଉଭୟ ଶିକ୍ଷକ ବି.ଇ.ଓ ଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଜଣାପଡିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ