କାର ସହିତ ୨୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ: ନଗଦ ୩ ଲକ୍ଷ ୪୨ ହଜାର ଓ ଖେଳଣା ବନ୍ଧୁକ ଜବତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଗୋଛାପଡା ଥାନା ପୁଲିସ ଗୋଛାପଡା ଅଞ୍ଚଳରୁ ଫୁଲବାଣୀ ଦେଇ ବାହାର ଜିଲାକୁ ଗଞ୍ଜେଇ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା। ଗଞ୍ଜେଇ ଚାଲାଣ ରୋକିବା ପାଇଁ ବୁନ୍ଦୁଲି ଛକରେ ଗୋଛାପଡ଼ା ପୁଲିସ ତନଖି ଚଳାଇଥିଲା। ସେହି ରାସ୍ତାରେ ଯାଉଥିବା ଏକ କାରକୁ ଯାଞ୍ଚ କରିଥିଲା। ଯାଞ୍ଚବେଳେ ଗୋଟିଏ କାରଭିତରୁ ୨୮ କିଲୋ ଗଞ୍ଜେଇ ଜବତ କରିଥିଲା ଗୋଛାପଡ଼ା ପୁଲିସ। ଏହି କାର ସହିତ ନଗଦ ଟଙ୍କା ଓ ଗୋଟିଏ ଖେଳନା ପିସ୍ତଲ ଜବତ ମଧ୍ୟ ଜବତ କରିଥିଲା। ଏହି ଘଟଣାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଫୁଲବାଣୀ ଏସଡିପିଓ ମହେନ୍ଦ୍ର ମୁର୍ମୁ ସୂଚନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗୋଛାପଡ଼ା ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକ ଉପସ୍ଥିତ ଥିଲେ। ଫୁଲବାଣୀ ଏସ୍‌ଡିପିଓ ମହେନ୍ଦ୍ର ମୁର୍ମୁ କହିଥିଲେ ଯେ ସକାଳ ପ୍ରାୟ ୮ଟା ବେଳେ ଗୋଛାପଡା ଥାନା ଅଞ୍ଚଳ ରୁ ବାହାର ଜିଲାକୁ ଗଞ୍ଜେଇ ଚାଲାଣ ହେବାକୁ ଥିବା ନେଇ ଥାନା ଅଧିକାରୀ ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇଥିଲେ। ଏହାପରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀମାନେ ବୁନ୍ଦୁଲି ରାସ୍ତାରେଥିବା ଡିଡିମା ଘାଟିଠାରେ ଗାଡିମଟର ଯାଞ୍ଚ ଆରମ୍ଭ କରିଥିଲେ। ସେହି ସମୟରେ ଏକ ମହିନ୍ଦ୍ରା ଭେରିଟୋ(ଓଡି,୦୨-ପି-୭୩୬୫)କାରଟି ଆସିଥିଲା। ପୋଲିସ ଉକ୍ତ ଗାଡିକୁ ତଲାସି ନେବା ବେଳେ ସେଥିରୁ ୨୮ କିଗ୍ରା ଗଞ୍ଜେଇ ମିଳିଥିଲା। ଏହା ସହିତ ଗାଡିର ଡ୍ରାଇଭର ଗୋଛାପଡା ଥାନା ଅଞ୍ଚଳର ବାଘଡୁଙ୍ଗୁରି ଅଞ୍ଚଳର ଟିଟୁ ଦିଗାଲ ଓରଫ ଦୁଖିଃଶ୍ୟାମ ଦିଗାଲକୁ ଗିରଫ କରିଥିଲା। ଏହାସହିତ ତଲାସି ବେହଳେ ଟିଟୁ ଦିଗାଲଙ୍କଠାରୁ ନଗଦ ୩.୪୨ ଲକ୍ଷ ଟଙ୍କା ସମେତ ଗୋଟିଏ ଖେଳନା ପିସ୍ତଲ ଓ ଗୋଟିଏ ସାମସଙ୍ଗ ଟାବଲେଟ୍ ମଧ୍ୟ ଜବତ କରିଛି। ଏଥି ସହିତ ଗିରଫ ଅଭିଯୁକ୍ତ ଠାରୁ ୩ଟି ଏଟିଏମ୍ କାର୍ଡ଼ ଜବତ କରାଯାଇଇଛି। ଏ ସଂକ୍ରାନ୍ତରେ ଗୋଛାପଡା ଥାନାରେ ଏକ ମାମଲା ୧୦୩/୨୦୨୦ ରୁଜ୍ଜୁ କରି ଅଭଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇ ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କାର ହେବ ବୋଲି ଅନୁମାନ କରାଯାଇଛି। ଗୋଟିଏ ପଟେ ପୁଲିସ୍ ମାଓବାଦୀଙ୍କ ସହିଦ୍ ସପ୍ତାହ ଯୋଗୁଁ ଚଢାଉ ସହିତ ଗଞ୍ଜେଇ ଗଛକାଟିବା ଅଭିଯାନକୁ ଟିକିଏ କମାଇ ଦେଇଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏକ ଦାମି କାରରେ ଏହି ଗଞ୍ଜେଇ ନେଇ ଜିଲାପାର ହେବାକୁ ଉଦ୍ୟମ କରୁଥିଲା ବୋଲି ଶ୍ରୀ ମୁର୍ମୁ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ