କୁତୁରଙ୍ଗ ପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର ଅନୁଷ୍ଠିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ପଂଚାୟତରେ ବୁଧବାର କୋଭିଡ ସ୍ୱାବ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱାବ ପରୀକ୍ଷା ଶିବିରରେ ୨୭୭ଜଣ ପଂଚାୟତବାସୀଙ୍କ ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ଜଣଙ୍କର ପଜିଟିଭ ବାହାରିଥିବା ବେଳେ ଅନ୍ୟ ୨୭୬ଜଣଙ୍କର ନେଗେଟିଭ ବାହାରିଥିବା ସରପଂଚ ଶ୍ରୀମତୀ ମଲ୍ଲିକଙ୍କ ଠାରୁ ସୂଚନା ମିଳିଛି । ପ୍ରଥମେ ସ୍ୱାବ ପରୀକ୍ଷା ଶିବିରରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବା ବେଳେ ପରେ ଘରେ ଘରେ ବୁଲି ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ଯୁବନେତା ନରୋତ୍ତମ ମଲ୍ଲିକଙ୍କ ସହଯୋଗରେ ପଂଚାୟତର ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱାବ ପରୀକ୍ଷା କରାଇନେଇଥିଲେ ।


