କେନ୍ଦ୍ରାପଡାର ବରପୁତ୍ର ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜିଲ୍‌ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ବରପୁତ୍ର ତଥା ପୂର୍ବତନ ମନ୍ତ୍ରୀ ଦିବଗଂତ ଭାଗବତ ପ୍ରସାଦ ମହାନ୍ତିଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଜିଲ୍ଲା ସଦର ମହକୁମାରେ ସ୍ଥାପନ କରିବାକୁ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି । ଆସନ୍ତା ଡିସେମ୍ବରମାସ ୭ତାରିଖରେ ତାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଏକ ପ୍ରଶସ୍ତ ଓ ସୁଦୃଶ ସ୍ଥାନ ନିରୁପଣ କରିବାକୁ ପୂର୍ବତନ ବିଧାୟକ ଅଲେଖ କୁମାର ଜେନା,ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ଫକିର ଚରଣ ଖଟୁଆ,ସମ୍ପାଦକ ସୁଶୀଲ କୁମାର ସାମଲ,ବସନ୍ତ କୁମାର ସେଠୀ,ମହେନ୍ଦ୍ର କୁମାର ପରିଡା,ଶରତ କୁମାର ବେହୁରା ଓ ବିଧୁଭୂଷଣ ମହାପାତ୍ର ପ୍ରମୁଖ ଶୁଭେଛୁମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ